Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Utkal University: ଅଣଛାତ୍ରଙ୍କ କବ୍‌ଜାରେ ଉତ୍କଳ ବିଶ୍ଵବିଦ୍ୟାଳୟ ହଷ୍ଟେଲର ୨୨୫ଟି ରୁମ୍, ତାଲା ଭାଙ୍ଗୁଛି ପୋଲିସ

Sushanta Sahoo
Browse all articles by Sushanta Sahoo
·10 months ago·2 min read
Utkal University: ଅଣଛାତ୍ରଙ୍କ କବ୍‌ଜାରେ ଉତ୍କଳ ବିଶ୍ଵବିଦ୍ୟାଳୟ ହଷ୍ଟେଲର ୨୨୫ଟି ରୁମ୍, ତାଲା ଭାଙ୍ଗୁଛି ପୋଲିସ

Key Points

ଉତ୍କଳ ବିଶ୍ଵବିଦ୍ୟାଳୟର ୧ ନମ୍ବର ହଷ୍ଟେଲରେ ୨୪ଟି ରୁମ୍‍, ଛାତ୍ରାବାସ ୨ରେ ୩୩ଟି ରୁମ୍, ଛାତ୍ରାବାସ ୩ରେ ସର୍ବାଧିକ ୧୬୦ଟି ରୁମ୍ ଏବଂ ଛାତ୍ରାବାସ ୫ରେ ୮ଟି ରୁମ୍ ଅଣଛାତ୍ରଙ୍କ କବ୍‌ଜାରେ ରହିଛି ।

ଭୁବନେଶ୍ଵର: ଗୋଟିଏ କି ଦୁଇଟି ନୁହେଁ ଅଣଛାତ୍ରଙ୍କ କବ୍‌ଜାରେ ଶତାଧିକ ରୁମ୍ । ଉତ୍କଳ ବିଶ୍ଵବିଦ୍ୟାଳୟର ବିଭିନ୍ନ ହଷ୍ଟେଲ ରୁମ୍‌କୁ କବ୍‌ଜା କରି ରଖିଛନ୍ତି ଅଣଛାତ୍ର । ଦୀର୍ଘ ବର୍ଷ ଧରି ଅଣଛାତ୍ରଙ୍କ କବ୍‌ଜାରେ ଥିବା ହଷ୍ଟେଲ୍ ରୁମ୍‌ ତାଲା ଭାଙ୍ଗି ପୋଲିସ ପଶିଛି । ଅଣଛାତ୍ରଙ୍କ ଆସବାବପତ୍ରକୁ କର୍ତ୍ତୃପକ୍ଷ ବାହାରକୁ କାଢ଼ିବା ସହ ରୁମ୍‌ରେ ନୂଆ ତାଲା ପକା ଯାଇଛି ।


ମିଳିଥିବା ସୂଚନା ଅନୁସାରେ ଉତ୍କଳ ବିଶ୍ଵବିଦ୍ୟାଳୟର ୧ ନମ୍ବର ହଷ୍ଟେଲରେ ୨୪ଟି ରୁମ୍‍, ଛାତ୍ରାବାସ ୨ରେ ୩୩ଟି ରୁମ୍, ଛାତ୍ରାବାସ ୩ରେ ସର୍ବାଧିକ ୧୬୦ଟି ରୁମ୍ ଏବଂ ଛାତ୍ରାବାସ ୫ରେ ୮ଟି ରୁମ୍ ଅଣଛାତ୍ରଙ୍କ କବ୍‌ଜାରେ ରହିଛି । ଏବେ ପୋଲିସ ତାଲା ଭାଙ୍ଗିବା ସହ ନୂଆ ତାଲା ପକା ଯାଇଛି । ଆଗକୁ ଅଣଛାତ୍ରଙ୍କୁ ରୋକିବା ଲାଗି କିଛିଦିନ କ୍ୟାମ୍ପସରେ ବିଶେଷ କରି ହଷ୍ଟେଲ୍ ଗୁଡ଼ିକରେ ପୋଲିସ ମୁତୟନ ରହିବେ ।


କମିଶନରେଟ୍ ପୋଲିସ ପକ୍ଷରୁ ସୋମବାର କ୍ୟାମ୍ପସରେ ଅପରେସନ ବ୍ଲୁ-ଷ୍ଟାର ଆରମ୍ଭ ହୋଇଛି । ବିଶ୍ଵବିଦ୍ୟାଳୟର ଛାତ୍ରାବାସ ୧, ୨, ୩ ଓ ୫ରୁ ଅଣଛାତ୍ରଙ୍କୁ ବିଦା କରାଯିବ । ଏଥିପାଇଁ ଉତ୍କଳ ବିଶ୍ଵବିଦ୍ୟାଳୟ କ୍ଯାମ୍ପସରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୭ ଜଣ ଥାନା ଅଧିକାରୀ, ୧୦ରୁ ଅଧିକ ଏସିପି, ମହିଳା ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ଶାନ୍ତି ଶୃଙ୍ଖଳାର ସହ ଅଣଛାତ୍ରଙ୍କୁ ତଡ଼ିବାକୁ ପଦକ୍ଷେପ ନେଇଛି ପ୍ରଶାସନ । ଅଣଛାତ୍ରଙ୍କୁ ତଡ଼ିବା ଲାଗି ପ୍ରତି ହଷ୍ଟେଲରେ ୩ ଜଣ ପୋଲିସ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ଇନ୍ ଚାର୍ଜ ଅଫିସର ଅଛନ୍ତି ଜଣେ ଏସିପି । ଅଣଛାତ୍ରଙ୍କୁ ହଷ୍ଟେଲରୁ ବିଦା କରିବା ବେଳେ ବିଶ୍ଵବିଦ୍ୟାଳୟ ଫାଟକରେ ସୁରକ୍ଷା ବ୍ୟବସ୍ଥାକୁ ପୋଲିସ କଡ଼ାକଡ଼ି କରିଛି ।


ବିଶ୍ଵବିଦ୍ୟାଳୟ ଫାଟକ ସହ ଜାତୀୟ ରାଜପଥରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି । ପୋଲିସ ଓ ଉତ୍କଳ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ସତର୍କତାମୂଳକ ପଦେକ୍ଷପ ଗ୍ରହଣ କରିଛନ୍ତି ।

Sponsored
Over 200 Hostel Rooms Illegally Occupied at Utkal University; Police Launch Operation Blue Star | Argus News | Argus News