Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେଡେ ସୁନ୍ଦର ରାଇଜ ମୋର,କେଡେ ମିଠା ମୋ ଭାଷା...ଓଡିଶା...ମୋ ଓଡିଶା...

Odisha

କେଡେ ସୁନ୍ଦର ରାଇଜ ମୋର,କେଡେ ମିଠା ମୋ ଭାଷା...ଓଡିଶା...ମୋ ଓଡିଶା...

Smruti Parija
Browse all articles by Smruti Parija
·2 years ago·2 min read
କେଡେ ସୁନ୍ଦର ରାଇଜ ମୋର,କେଡେ ମିଠା ମୋ ଭାଷା...ଓଡିଶା...ମୋ ଓଡିଶା...

Key Points

କେଡେ ସୁନ୍ଦର ରାଇଜ ମୋର

କେଡେ ମିଠା ମୋ ଭାଷା

ଓଡିଶା...

ମୋ ଓଡିଶା...

ଭୁବନେଶ୍ୱର: ଆଜି ଉତ୍କଳ ଦିବସ । 1936 ଏପ୍ରିଲ 1 । ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ । ଯାହାକୁ ନେଇ ନିଜକୁ ଗର୍ବିତ ଅନୁଭବ କରନ୍ତି ପ୍ରତ୍ୟେକ ଓଡ଼ିଆ । ଯେଉଁ ଦିନ ଭାଷା ଭିତ୍ତିରେ ଗଠନ ହୋଇଥିଲା ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ । ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷା ଭିତ୍ତିରେ ସ୍ବତନ୍ତ୍ର ପରିଚୟ ପାଇପାରିଛି ସେମାନଙ୍କୁ ଆଜି ସମସ୍ତେ ମନେ ପକାଉଛନ୍ତି । 

ଏହି ଦିନ ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ । ଓଡ଼ିଆ ଜାତିର ତେଜୋଦୀପ୍ତ ଅସ୍ମିତାର ସୁରକ୍ଷା ନେଇ ଏକ ସୁଦୀର୍ଘ ସଂଗ୍ରାମର କାହାଣୀ କୁହେ ଏପ୍ରିଲ 1 ତାରିଖ । ଇଏ ସେହି ଦିନ ଯେଉଁ ଦିନ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ପାଇ ଜନ୍ମ ନେଇଥିଲା ଆମ ରାଜ୍ୟ । ମୟୂରଭଞ୍ଜରୁ ମାଲକାନଗିରି, ନୂଆପଡ଼ାରୁକେନ୍ଦ୍ରାପଡ଼ା, ଆଜି ଯେଉଁ ମାତ୍ର 30 ଜିଲ୍ଲା ଭିତରେ ଆବଦ୍ଧ । ଦିନ ଥିଲା ଏହି ଉତ୍କଳ ଗଙ୍ଗାଠାରୁ ଗୋଦାବରୀ ଯାଏଁ ଥିଲା ପରିବ୍ୟାପ୍ତ । 1936 ମସିହାରେ ଯେତେବେଳେ ସେ ନୂଆ ପରିଚୟ ପାଇଲା ସେତେବେଳେ ଭାଷା ଭିତ୍ତିରେ ଭାରତରେ ଗଠନ ହୋଇଥିଲା ପ୍ରଥମ ରାଜ୍ୟ। ଯାହାର ନାଁ ହେଲା ଓଡ଼ିଶା। ଏହି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ମୁଖ୍ୟ ବିନ୍ଧାଣୀ ସାଜିଥିଲେ ଆମ ମାଟିର ବୀରପୁତ୍ର।

1936ରୁ 2026। ଆଉ ମାତ୍ର 12 ବର୍ଷ ପରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୁରିବ 100 ବର୍ଷ। ଆଉ ଏହି ସମୟରେ ସ୍ବତନ୍ତ୍ର ଓଡ଼ିଆ ଆଗରେ ଆସିଛି ଅନେକ ଆହ୍ବାନ, ଅନେକ ଚ୍ୟାଲେଞ୍ଜ। ସଂକଟରେ ପଡ଼ିଛି ଓଡ଼ିଶା ସୀମା, ସୀମାନ୍ତରେ ବିପଦରେ ପଡ଼ିଛି ଓଡ଼ିଆ ଭାଷା। ଓଡ଼ିଆ ଅସ୍ମିତା, ଗୌରବ ଓ ସ୍ବାଭିମାନ ପାଇଁ ଲଢ଼େଇ କରୁଛନ୍ତି ଓଡ଼ିଶାବାସୀ । ଆଉ ଆଜି ଉତ୍କଳ ଦିବସରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ମୁଖ୍ୟ ବିନ୍ଧାଣୀ ସାଜିଥିବା ଏ ମାଟିର ବୀରପୁତ୍ରଙ୍କ ଭଳି ରାଜ୍ୟର ସୀମା, ଭାଷା ଓ ଅସ୍ମିତାର ସୁରକ୍ଷା ପାଇଁ ସମସ୍ତଙ୍କୁ ନେବାକୁ ପଡ଼ିବ ବଜ୍ର ଶପଥ। ଓଡ଼ିଆ ସ୍ବାଭିମାନକୁ ବଜାୟ ନ ରଖିଲେ ଅନ୍ୟ ଭାଷା ଓ ସଂସ୍କୃତିର ପ୍ରଭାବରେ ଓଡ଼ିଆ ଭାଷା ଯେ ତାର ଅସ୍ତିତ୍ବ ନ ହାରଇବ ଏ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Argus Whatsapp Channel Mobile Top
Sponsored
Utkala Dibasa-april-1 is celebrated to commemorate the formation of the state of Odisha | Argus News