Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୨୦୨୫ ଜାନୁଆରୀ ୨୮-୨୯ରେ ଆୟୋଜନ ହେବ ଉତ୍କର୍ଷ ଓଡ଼ିଶା ମେକଇନ ଓଡ଼ିଶା

Odisha

୨୦୨୫ ଜାନୁଆରୀ ୨୮-୨୯ରେ ଆୟୋଜନ ହେବ ଉତ୍କର୍ଷ ଓଡ଼ିଶା ମେକଇନ ଓଡ଼ିଶା

Smruti Parija
Browse all articles by Smruti Parija
·1 year ago
୨୦୨୫ ଜାନୁଆରୀ ୨୮-୨୯ରେ ଆୟୋଜନ ହେବ ଉତ୍କର୍ଷ ଓଡ଼ିଶା ମେକଇନ ଓଡ଼ିଶା

ଭୁବନେଶ୍ୱର: ୨୦୨୫ ଜାନୁଆରୀ ୨୮-୨୯ ତାରିଖ ଉତ୍କର୍ଷ ଓଡ଼ିଶା ମେକଇନ ଓଡ଼ିଶା ୨୦୨୫ ଆୟୋଜନ ହେବାକୁ ଯାଇଛି । ଅକ୍ଟୋବର ୩ ତାରିଖରେ ନୂଆ ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଆଜି 'ଉତ୍କର୍ଷ ଓଡ଼ିଶା' ଲୋଗୋ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ଶିଳ୍ପ ମନ୍ତ୍ରୀ କହିଛନ୍ତି ଓଡିଶାକୁ ଅଧିକ ପୁଞ୍ଜିପତି ନିବେଶ ଆଣିବାକୁ ଉଦ୍ୟମ କରୁଛୁ । 

ଅଢେଇ ଲକ୍ଷ କୋଟି ଟଙ୍କାର ପୁଞ୍ଜିପତି ନିବେଶ ଆଣିବାକୁକୁ ସରକାର ଟାର୍ଗେଟ କରିଛନ୍ତି । ଦିଲ୍ଲୀରେ ହେବାକୁ ଥିବା ସମ୍ମିଳନୀରେ ବଡ଼ ବଡ଼ ଶିଳ୍ପପତି ଯୋଗଦେବେ । ରାଜ୍ୟରେ ଶିଳ୍ପର ପ୍ରତିଷ୍ଠା କଲେ କ'ଣ କ'ଣ ସୁବିଧା ସୁଯୋଗ ଯୋଗେଇ ଦେବେ ସରକାର ସେ ନେଇ ଅବଗତି କରେଇବେ । ଆଶା କରୁଛି ଏହି ନିବେଶ ସମ୍ମିଳନୀ ଫଳପ୍ରଦ ହେବ ଏବଂ  ଓଡିଶାକୁ ଅଧିକ ପୁଞ୍ଜି ଆସିବ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
utkarsha Odisha Make-in Odisha will be organized on January 28-29, 2025 | Argus News