Videos
|
Odisha

ଗଠନ ହେଲା ଉତ୍ତର ଓଡ଼ିଶା ବିକାଶ ପରିଷଦ

Banajyotshna Ray
Browse all articles by Banajyotshna Ray
·2 years ago
ଗଠନ ହେଲା ଉତ୍ତର ଓଡ଼ିଶା ବିକାଶ ପରିଷଦ

ଅର୍ଗସ ବ୍ୟୁରୋ:  ଗଠନ ହେଲା ଉତ୍ତର ଓଡ଼ିଶା ବିକାଶ ପରିଷଦ । ଏଥିପାଇଁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ମୁଖ୍ୟମନ୍ତ୍ରୀ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଟାସ୍କ ଫୋର୍ସର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଟାସ୍କ ଫୋର୍ସରେ ୮ ଜଣ ସଦସ୍ୟ ଅଛନ୍ତି।  ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍,  ସରକାରୀ ଦଳ ଉପ ମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ଵର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ, କରଞ୍ଜିଆ ବିଧାୟକ ଶ୍ରୀ ପଦ୍ମ ଚରଣ ହାଇବୁରୁ, ଚମ୍ପୁଆ ବିଧାୟକ ଶ୍ରୀ ସନାତନ ମହାକୁଡ଼, ତେଲକୋଇ ବିଧାୟକ ଶ୍ରୀ ଫକୀର ମୋହନ ନାୟକ ଏବଂ ବାସୁଦେବପୁର ବିଧାୟକ ଶ୍ରୀ ଅଶୋକ କୁମାର ଦାସ ଅଛନ୍ତି ଟାସ୍କଫୋର୍ସ ସଦସ୍ୟ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Uttar Odisha Development Council was formed | Argus News