Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନୂଆବର୍ଷରେ ବାଲେଶ୍ଵରବାସୀଙ୍କୁ କେନ୍ଦ୍ର ସରକାରଙ୍କ ନୂଆ ଭେଟି

Odisha

ନୂଆବର୍ଷରେ ବାଲେଶ୍ଵରବାସୀଙ୍କୁ କେନ୍ଦ୍ର ସରକାରଙ୍କ ନୂଆ ଭେଟି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନୂଆବର୍ଷରେ ବାଲେଶ୍ଵରବାସୀଙ୍କୁ କେନ୍ଦ୍ର ସରକାରଙ୍କ ନୂଆ ଭେଟି

ଅର୍ଗସ ବ୍ୟୁରୋ:  ନୂଆବର୍ଷରେ ବାଲେଶ୍ଵରବାସୀଙ୍କୁ କେନ୍ଦ୍ର ସରକାରଙ୍କ ନୂଆ ଭେଟି। ଗଡ଼ିଲା ବାଲେଶ୍ବର-ଗୋପୀନାଥପୁର ନୀଳଗିରି ମେମୁ ଟ୍ରେନ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସବୁଜ ପତାକା ଦେଖାଇ କରି ଟ୍ରେନର ଶୁଭାରମ୍ଭ କରିଛନ୍ତି । ନୀଳଗିରି ବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେଲା। ବହୁ ପ୍ରତିକ୍ଷୀତ ବାଲେଶ୍ବର-ଗୋପୀନାଥପୁର ନୀଳଗିରି ପାସେଞ୍ଜର ଲାଇନ ଲୋକାର୍ପିତ କରାଯାଇଛି ।  ଗୋପୀନାଥପୁର ନୀଳଗିରି ଏବଂ ବାଲେଶ୍ବର ଲୋକମାନେ ପ୍ରଥମ ଥର ପାଇଁ ଯାତ୍ରୀବାହୀ ଟ୍ରେନ୍ ସେବା ପାଇଛନ୍ତି ।

ଏହି ଟ୍ରେନରେ ୮ଟି ବଗି ରହିଛି। ସମୁଦାୟ ୧୬ କିଲୋମିଟର ଏହି ମେମୁ ଟ୍ରେନ ଚଳାଚଳ କରିବ । ଟ୍ରେନ ଟିକେଟ ଦାମ୍‌ ୧୦ ଟଙ୍କା ରଖାଯାଇଛି। ଏହି ଟ୍ରେନରେ ମହିଳା ପାଇଁ ସ୍ଵତନ୍ତ୍ର ବଗିର ବ୍ୟବସ୍ଥା ରହିଛି। ସେହିପରି ଦିବ୍ୟାଙ୍ଗଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ୩ ଯୋଡ଼ି ମେମୁ ଟ୍ରେନ୍ ପ୍ରତିଦିନ ଏହି ମାର୍ଗରେ ଚଳାଚଳ କରିବ। ଏହି ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି,  ଦେଢ଼ ବର୍ଷ ତଳେ ନୀଳଗିରିରେ ଟ୍ରେନ ଚଳାଚଳ ନେଇ ଯୋଜନା ହୋଇଥିଲା । ମୋଦିଜୀଙ୍କୁ ନୀଳଗିରିର ଇତିହାସ କହି ରେଳ ଚଳାଚଳ କଥା କହିଥିଲି ।

ଏହାସହ କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି, ଖନ୍ତାପଡ଼ାରେ ହେବ ରେଳ ଓଭର ବ୍ରିଜ । ଖୁବଶୀଘ୍ର ନୀଳଗିରିରୁ ବେତନଟୀ ରେଳ ଲାଇନର ସର୍ଭେ ଆରମ୍ଭ ହେବ । ଜଳେଶ୍ବରରୁ ଚନ୍ଦନେଶ୍ବର ରେଳ ଲାଇନ ନେଇ ଡିପିଆର ଆରମ୍ଭ ହୋଇସାରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Painting
Sponsored
Vaishnaw inaugurates Gopinathpur Nilgiri-Balasore railway line | Argus News