Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆରଡ଼ି ପିଠରେ ସେବାୟତଙ୍କ ଘରୁ ମାଟି ତଳୁ ବାହାରିଲା ମୂଲ୍ୟବାନ ମୂର୍ତ୍ତି 

Manini Pattanayak
Browse all articles by Manini Pattanayak
·1 year ago·1 min read
ଆରଡ଼ି ପିଠରେ ସେବାୟତଙ୍କ ଘରୁ ମାଟି ତଳୁ ବାହାରିଲା ମୂଲ୍ୟବାନ ମୂର୍ତ୍ତି 

ଭଦ୍ରକ: ଆରଡ଼ିରେ ବାବା ଆରଡ଼ି ଆଖଣ୍ଡଳମଣୀଙ୍କ ସେବାୟତ ରବୀନ୍ଦ୍ର ମିଶ୍ରଙ୍କ ଘରୁ ଉଦ୍ଧାର ହୋଇଛି ଭଗବାନ ଶଙ୍କର ଓ ମାତା ପାର୍ବତୀ, ଗଣେଶ ଓ କାର୍ତିକଙ୍କ ମୂର୍ତ୍ତି । ଦୁର୍ମୂଲ୍ୟ ଧାତୁ ରେ ନିର୍ମିତ ମୂର୍ତ୍ତି ସବୁ କାହିଁ କେଉଁ କାଳରୁ ମାଟି ତଳେ ପୋତି ହୋଇ ରହିଥିଲା । ପଣ୍ଡିତ ଡାକି ପୂଜାର୍ଚ୍ଚନା କରିବା ପରେ ବାହାରିଥିଲା ଠାକୁରଙ୍କ ପ୍ରତିମା । ଆଖଣ୍ଡଳମଣିଙ୍କ ସେବାୟତ  ରବୀନ୍ଦ୍ର ମିଶ୍ରଙ୍କ ଘରେ ଦୀର୍ଘ ବର୍ଷ ହେଲା ଲାଗିରହୁଥିଲା ବିଭିନ୍ନ ପ୍ରକାର ଅସୁବିଧା । ରୋଗ ବ୍ୟାଧି ରେ ପୀଡିତ ହେଉଥିଲେ ପରିବାର ଲୋକେ । ରବୀନ୍ଦ୍ର ବିଭିନ୍ନ ଜାଗାର ପଣ୍ଡିତମାନଙ୍କ ସହିତ ଆଲୋଚନା କରିଥିଲେ, ହେଲେ କିଛି ସୁଫଳ ମିଳିନଥିଲା ।

ରବୀନ୍ଦ୍ରଙ୍କ ଜଣେ ଯଜମାନ ଏ ବିଷୟରେ ପଣ୍ଡିତ ତଥା ଭୂତତ୍ଵବିତ୍ ନରୋତ୍ତମଙ୍କୁ ଜଣାଇଥିଲେ । ନରୋତ୍ତମ ରବୀନ୍ଦ୍ର ଙ୍କ ଘରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଘର ମାଟି ତଳେ କିଛି ଥିବା ଜାଣିବାକୁ ପାଇଥିଲେ । ଘର ଚଟାଣ କୁ ୧୫ ଫୁଟ ଖୋଳିବାକୁ କହିଥିଲେ । ପ୍ରାୟ ୧୨ ଫୁଟ ଖୋଳିବା ପରେ ଖୋଳୁଥିବା ଲୋକଙ୍କୁ ବାହାରି ଆସିବାକୁ କୁହାଯାଇଥିଲା । ଆଉ ତା ପରେ ଆରମ୍ଭ ହେଲା ପୂଜାର୍ଚ୍ଚନା । ଏଥର ଲୁହା ନୁହେଁ ବରଂ କାଠ ସାହାଯ୍ୟରେ ଆଉ ୩ ଫୁଟ ଖୋଳିବା ପରେ ବାହାରିଥିଲେ ଏହି ସବୁ ଠାକୁର ଙ୍କ ପ୍ରତିମା । ତ୍ରିଶୂଳ ଧାରୀ ଶିବ, ମାତା ପାର୍ବତୀ, ବିଘ୍ନ ବିନାଶକ ଗଣେଶ, କାର୍ତ୍ତିକ ଓ ବାହନ ବୃଷଭ । ଏହି ସବୁ ମୂର୍ତ୍ତୀ ସହ କିଛି ଅଳଙ୍କାର କୁ ମିଶାଇ ଓଜନ ପ୍ରାୟ ୪୦ କିଲୋ ହେବ ବୋଲି ଅନୁମାନ କରାଯାଇଛି l 

ଅଧିକ ପଢନ୍ତୁ ଓଡିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored