Videos
|
Odisha

ବସୁଧା ଯୋଜନା ଫେଲ, ଝରଣା ପାଣି ହିଁ ଏକମାତ୍ର ସ୍ରୋତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବସୁଧା ଯୋଜନା ଫେଲ,  ଝରଣା ପାଣି ହିଁ ଏକମାତ୍ର ସ୍ରୋତ

ଅର୍ଗସ ବ୍ୟୁରୋ:  ରାତି ପାହିଲେ ପାଣି ଚିନ୍ତା। ଝରଣା ହିଁ ପାଣିର ଏକ ମାତ୍ର ସ୍ରୋତ। ଏଠି ନା ଅଛି ବସୁଧା ଯୋଜନା ନା ଅଛି ନଳକୂପ। ରାଜ୍ୟରେ ଶୁଦ୍ଧ ପାନୀୟ ଜଳର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କ ଖୋଲିଲା ପୋଲ୍। କୋରାପୁଟ ଜିଲ୍ଲା ସୀମାନ୍ତବର୍ତ୍ତି ବନ୍ଧୁଗାଁ ବ୍ଲକର ତାଡ଼ିଙ୍ଗ ଡଙ୍ଗର ଗ୍ରାମରେ ଉତ୍କଟ ଜଳ ସମସ୍ୟା। ଗାଁରେ 69 ପରିବାର ପାଣି ପାଇଁ ଝରଣା ଉପରେ ନିର୍ଭର କରୁଛନ୍ତି। ବର୍ଷ ବର୍ଷ ଧରି ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଥିଲେ ବି ଏଯାଏଁ ସମାଧାନର ବାଟ ଫିଟୁନି। ଏପରିକି ଦୂଷିତ ପାଣି ପି ଲୋକେ ରୋଗାଗ୍ରସ୍ତ ହେଉଥିବା ଅଭିଯୋଗ ଆଣିଛନ୍ତି।

ବିଶୁଦ୍ଧ ପାନୀୟ ଜଳ  ପାଇବା ପାଇଁ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନକୁ ଜଣାଇଛନ୍ତି ହେଲେ ଫଳ ଶୂନ। ନିର୍ବାଚନ ପୂର୍ବରୁ ଭରା ପ୍ରତିଶ୍ରୁତି ଦେଇଯାଉଛନ୍ତି, ମାତ୍ର ମତଦାନ ପରେ ଗାଁରେ ନେତାଙ୍କର ପାଦ ପଡ଼ୁନି। ତେବେ ଯଥା ଶୀଘ୍ର ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ବିଜ୍ଞାପନରେ ହିଁ ସୀମିତ। ମାତ୍ର ଦୁର୍ଗମରେ ଏବେବି ଅପହଞ୍ଚ ସୁବିଧା ସୁଯୋଗ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Vasudha plan failed, stream water was the only hope | Argus News