Videos
|
Odisha

ବସୁଧା ଯୋଜନା କେବଳ କାନ୍ଥରେ ହିଁ ରହିଯାଇଛି, ଲୋକେ ହନ୍ତସନ୍ତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବସୁଧା ଯୋଜନା କେବଳ କାନ୍ଥରେ ହିଁ ରହିଯାଇଛି, ଲୋକେ ହନ୍ତସନ୍ତ

ଅର୍ଗସ ବ୍ୟୁରୋ:  ପାଣି ଗରାଏ ପାଇଁ କେଉଁଠି ନଳକୂପ ଆଗରେ ଲମ୍ବା ଧାଡି ତ ଆଉ କେଉଁଠି ନଦୀରୁ ଚୁଆଁ ପାଣି ସଂଗ୍ରହ କରୁଛନ୍ତି ଲୋକେ। ଗାଁରେ ଅଛି ପାଣି ଟାଙ୍କି କିନ୍ତୁ ଷ୍ଟାଣ୍ଡ ପୋଷ୍ଟ  ନାହିଁ। ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଗାୟାଗଣ୍ଡା ପଞ୍ଚାୟତ ର। ଏହି ଗ୍ରାମରେ ବାସ କରୁଛନ୍ତି ଏକ ହଜାରରୁ ଅଧିକ ପରିବାର। ପିଇବା ପାଣି ର ନାହିଁ କୌଣସି ସୁବିଧା। ନଳକୂପ ଅଛି ହେଲେ ସେଥିରୁ ବାହାରୁଥିବା ପାଣି ପିଇବା ଉପଯୋଗୀ ହୋଇ ପାରୁନି। ଫଳରେ ଗାଁ ନିକଟରେ ଥିବା ନଦୀରେ ଚୁଆଁ କରି ପିଇବା ପାଣି ସଂଗ୍ରହ କରୁଛନ୍ତି ମହିଳା । ଏହି ସମସ୍ୟା ବର୍ଷେ କି ଦୁଇବର୍ଷର ନୁହେଁ ଦଶ ବର୍ଷ ହେଲା ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ।

ଗାଁରେ କେବଳ ପିଇବା ପାଣି ସମସ୍ୟା ନାହିଁ । ଏଠି ବଡ଼ ପୋଖରୀକୁ ମଧ୍ୟ ପଙ୍କ ଉଧାର କିମ୍ବା ଖୋଳିବା ଵ୍ୟଵସ୍ଥା ଦୀର୍ଘ ବର୍ଷ ହେଲା କରାଯାଇନି ଯାହା ଫଳରେ ଗ୍ରୀଷ୍ମ ସମୟରେ ପୋଖରୀ ଶୁଖିଲା ପଡିଛି । ଲୋକମାନେ ସ୍ନାନ ଆଦି କାର୍ଯ୍ୟ ପାଇଁ ହେଉ କିମ୍ବା ଗୃହପାଳିତ ପଶୁ ମାନେ ମଧ୍ୟ ପିଇବା ପାଇଁ ପାଣି ଟିକିଏ ନାହିଁ ଯାହାକୁ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ପୂର୍ବରୁ ଖରାଦିନେ ଏହି ପୋଖରୀରେ ବହୁତ ଜଳରହୁଥିବା ବେଳେ କାମ କରିବା ପାଇଁ ଏହାର ଜଳକୁ ଶୁଖାଇ ଦେବା ଓ ପୋଖରୀ ପୋତି ହିଇଯାଉଥିବା କାରଣରୁ ଏହି ପୋଖରୀ ଏବେ ଶୁଖିଲା ପଡିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Vasudha Yojana fails to reach people in Odisha's tribal villages | Argus News