ବିଜେଡି ସରକାରର ଅପାରଗତାରୁ ପାଣି ପାଇଁ ଡହଳ ବିକଳ ଆଦିବାସୀ
·2 years ago·1 min read

ଅର୍ଗସ ବ୍ୟୁରୋ: ସ୍ୱାଧୀନତାର ସାତ ଦଶନ୍ଧି ଏବଂ ସ୍ଥାୟୀ ସରକାରଙ୍କ ଚବିଶ ବର୍ଷର ଶାସନ । ତା ପରେ ବି ରାଜ୍ୟରେ ଆଦିବାସୀଙ୍କୁ ଅଣଦେଖା। ନା ଅଛି ପକ୍କା ରାସ୍ତା ନା ଅଛି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା । ମୟୂରଭଞ୍ଜ ଜିଲ୍ଲା ଅଁଳାଯୋଡ଼ି ଗ୍ରାମପଞ୍ଚାୟତର ଡକଡିହା ଏବଂ ବନ୍ଧସାହି । ଏଠି ପ୍ରହସନ ପାଲଟିଛି ବସୁଧା ଯୋଜନା। ଗ୍ରାମରେ ଦୁଇ ଦୁଇଟି ବସୁଧା ଟାଙ୍କି ନିର୍ମାଣ ସଂପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଟୋପାଏ ପାନୀୟ ଜଳ ପାଇଁ ଡହଳବିକଳ ଦୁଇ ଶହରୁ ଅଧିକ ଆଦିବାସି ପରିବାର। ଅପରପକ୍ଷରେ ଗାଁକୁ ଯିବା ପାଇଁ ପକ୍କା ରାସ୍ତା ଟିଏ ମଧ୍ୟ ନାହିଁ । କେଉଁଠି ପଥର ବାହାରି ପଡ଼ିଛି ତୋ କେଉଁଠି ବଡ଼ ବଡ଼ ଗାତ। ବର୍ଷା ଦିନରେ ରୋଗୀକୁ ଖଟିଆରେ ଏକ କିଲୋମିଟର ବୋହିବାକୁ ପଡ଼େ କହିବା ସହ ଏଥର ସରକାର ପରିବର୍ତ୍ତନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: