Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସୁଛି ବାତ୍ୟା ; ପୋଟଳ ୭୦, ଅଦା ୧୦୦

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଆସୁଛି ବାତ୍ୟା ; ପୋଟଳ ୭୦, ଅଦା ୧୦୦

ଅର୍ଗସ ବ୍ୟୁରୋ : ବାତ୍ୟା ବଢାଇଲା ପରିବା ଦର । ବଜାରରେ ହୁ ହୁ ହୋଇ ବଢିଲା ପରିବା ଦର । ଗୋଟିଏ ପଟେ ସମ୍ଭାବ୍ୟ ବତ୍ୟା ଖବର ଗଣମାଧ୍ୟମରୁ ଶୁଣି ବଜାର ହାଟରେ ଲୋକଙ୍କ ପ୍ରବଳ ଗହଳି ଲାଗିିଥିବା ବେଳେ ଅନ୍ୟପଟେ ଲୋକଙ୍କ ଆବଶ୍ୟକତାର ଫାଇଦା ନେଉଛନ୍ତି ବେପାରୀ । ବାତ୍ୟା ଆଳରେ ପରିବା ଦରକୁ ମନଇଚ୍ଛା ବଢାଇଛନ୍ତି ବେପାରୀ ।ତେବେ ବାତ୍ୟା ପୁରୀ ଓ ସାଗର ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବା ସ୍ପଷ୍ଟ ହେବା ପରେ ଲୋକେ ଆଗୁଆ ପରିବା କିଣି ଗଚ୍ଛିତ କରିବା ଆରମ୍ଭ କରିଛନ୍ତି ଯାହା ଫଳରେ ପରିବା ବଜାରରେ ଲାଗିଛି ନିଆଁ ଆଉ ଦର ହୋଇଛି ଆକାଶ ଛୁଆଁ । କଟକ ଆର୍ବନ୍ ହାଟରେ ଆଳୁ ଧଡ଼ା ପ୍ରତି 80 ଟଙ୍କା ଥିବା ବେୱାଲ ଆଜି 100 ଟଙ୍କାରେ ପହଁଚିଛି l ସେହିଭଳି ପୋଟଳ 70,ବାଇଗଣ 60,ସରୁ 50,ଲଙ୍କା କିଲୋ 200,ପିଆଜ କିଲୋ 60,ଅଦା 100,ରସୁଣ 400,ଝୁଡ଼ଙ୍ଗ 60,ବିନ 80,ଭେଣ୍ଡି 80,ଜନହି 50,ବିଲାତି 70 ବିକ୍ରି ହେଉଛି l

ଏ ହେଉଛି ବାଲେଶ୍ବର ସହରର ନୂଆ ବଜାର ମାର୍କେଟ ର ଚିତ୍ର । ଗତ ୨ ଦିନ ମଧ୍ୟରେ ପରିବା ଦର ଯାହା ଥିଲା, ବାତ୍ୟାର ଖବର ପରେ ତାହା ୨ ଗୁଣା ଅଧିକ ଦରରେ ବିକ୍ରୀ ଚାଲିଛି। ବଜାରରେ ବାଇଗଣ କିଲୋ ପିଛା ୬୦ ଟଙ୍କା ଥିବା ବେଳେ କଲରା ୮୦ ଟଙ୍କା, ବିଲାତି ୮୦, ଜହ୍ନି ୫୦ ଟଙ୍କା ଆଉ ପୋଟୋଲ  ଓ ଭେଣ୍ଡି କିଲୋ ପିଛା ୮୦ ଟଙ୍କା ପହଞ୍ଚିଲାଣି। ଗ୍ରାହକଙ୍କ ଭିଡ଼ ଦେଖି ଦର ବୃଦ୍ଧି ଅଧିକ ହେବ ବୋଲି ଦୋକାନୀ ଆଶଙ୍କା କରୁଛନ୍ତି। 

ଅଧିକ ପଢନ୍ତୁ : ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ପରିବା ଦର ବୃଦ୍ଧି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସମେତ ଅନ୍ୟ ସ୍ଥାନରେ  ପରିବା ଦର ସ୍ଥିର ରହିଥିବା ବେଳେ କିଛି ଜାଗା ରେ ବାତ୍ୟା ପ୍ରଭାବ ରୁ ପରିବା ଦରରେ ଅହେତୁକ ବୃଦ୍ଧି ଘଟିଛି । ଫଳରେ ଖାଉଟି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ କଳାବଜାରୀଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଚେତାବନୀ। ସମ୍ଭାବ୍ୟ ବାତ୍ୟାକୁ ଦେଖି ତାଗିଦ କରିଛନ୍ତି ମନ୍ତ୍ରୀ। ଅସାଧୁ ବ୍ୟବସାୟୀ କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥାନ ଉପରେ ନଜର ରଖିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ଆସନ୍ନ ବାତ୍ୟା ପାଇଁ ଯେପରି କଳାବଜାରୀ ନହୁଏ, ସେଥିପାଇଁ ନଜର ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ଯୋଗାଣ ବିଭାଗ ର ବୈଠକ ବସିବାକୁ ଥିବା ବେଳେ ରାଜ୍ୟସରକାରଙ୍କ  ବାତ୍ୟା ସହ କଳାବଜାରୀ ରୋକିବା ଉପରେ ରହିଛି ନଜର


 

Sponsored
vegetable price hike due to cyclone | Argus News