Vegetable Price Hike / ପାର୍ବଣରେ ପରିବା ଦରରେ ଲାଗିଛି ନିଆଁ, ୫ ଶହ ଟଙ୍କାରେ ବି ପୂରୁନି ବ୍ୟାଗ୍
·1 hour ago·2 min read

Key Points
ହାଣ୍ଡିଶାଳରେ ମହଙ୍ଗା ମାଡ଼
୫ ଶହ ଟଙ୍କାରେ ବି ପୁରୁନି ବ୍ୟାଗ୍
ଆଗକୁ କାର୍ତ୍ତିକ, ଦର ଆହୁରି ବଢ଼ିବା ଆଶଙ୍କା
୫ ଶହ ଟଙ୍କାରେ ବି ପୁରୁନି ବ୍ୟାଗ୍
ଆଗକୁ କାର୍ତ୍ତିକ, ଦର ଆହୁରି ବଢ଼ିବା ଆଶଙ୍କା
ହାଣ୍ଡିଶାଳ ଉପରେ ମହଙ୍ଗା ମାଡ଼, ଚିନ୍ତାରେ ମଧ୍ୟବିତ୍ତ । ୫୦୦ ଟଙ୍କାରେ ବି ପୂରୁନି ବ୍ୟାଗ୍ । ବିନ୍ସ କିଲୋ ୧୦୦ ଟଙ୍କା ତ ବାଇଗଣ ଓ ପୋଟଳ ୮୦ ଟଙ୍କା । ଟମାଟୋ କିଲୋ ୫୦ ଟଙ୍କା । ଏମିତି ଆକାଶଛୁଆଁ ଦର ଯୋଗୁଁ ରୋଷେଇ ଘରୁ ଗାଏବ ହେଲାଣି ଅନେକ ପରିବା । ଗ୍ୟାସ୍, ରାସନ ଓ ଗ୍ରୋସରୀ ଦର ବୃଦ୍ଧି ଭିତରେ ପରିବା ଦର ମଧ୍ୟବିତ୍ତଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ଆଗକୁ କାର୍ତ୍ତିକ ମାସ ଥିବାରୁ ଦର ଆହୁରି ବଢ଼ିବା ଆଶଙ୍କାରେ ଖାଉଟି ।
ପାର୍ବଣରେ ପରିବା ଦରରେ ଲାଗିଛି ନିଆଁ । ୫ ଶହ ଟଙ୍କାରେ ବି ବ୍ୟାଗ ପୁରୁନି । କେମିତି ପୁରିବ ପେଟ, ସେଥିପାଇଁ ଖାଉଟିଙ୍କ ମୁଣ୍ଡ ଉପରେ ପଡିଛି ଚଡ଼କ । ପାର୍ବଣ ଋତୁରେ ଖାଇବାରୁ ପିନ୍ଧିବା ଯାଏଁ ସବୁଠି ଦର ଉପରମୁହାଁ । ଏହାରି ଭିତରେ ହାଣ୍ଡିଶାଳ ଉପରେ ଏବେ ବଢ଼ିଛି ଚାପ । ପରିବା ଦର ଆକାଶଛୁଆଁ ହୋଇଥିବାରୁ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ମାସିକ ବଜେଟ ବିଗିଡି ଯାଇଛି ।
ବଜାରରେ ବିନ୍ସ କିଲୋ ୧୦୦ ଟଙ୍କା, ବାଇଗଣ ୮୦ ଟଙ୍କା, ଟମାଟୋ ୫୦ ଟଙ୍କା, ପୋଟଳ ୮୦ ଟଙ୍କା, ଭେଣ୍ଡି ୭୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଜହ୍ନି ୭୦ ଟଙ୍କା, କାକୁଡି ୮୦ ଟଙ୍କା, କଲରା ୮୦ ଟଙ୍କା, ଝୁଡ଼ଙ୍ଗ ୬୦ ଟଙ୍କା, ଦେଶୀ ଆଳୁ ୮୦ ଟଙ୍କାରେ ବିକ୍ରି ହେଉଛି । ସେଭଳି ବନ୍ଧା କୋବି କିଲୋ ୪୦ ଟଙ୍କା, ଫୁଲକୋବି ଗୋଟା ୫୦ ଟଙ୍କା, ଭଣ୍ଡା ୩୦, କଖାରୁ ୨୦ ଟଙ୍କା ରହିଛି । ୬୦ ଟଙ୍କା ତଳେ ଗୋଟିଏ ବି ପରିବା ନାହିଁ । ୫୦୦ ଟଙ୍କା ନେଇ ବଜାରକୁ ଗଲେ ବି ବ୍ୟାଗ ଭର୍ତ୍ତି ପରିବା କିଣି ହେଉନାହିଁ ।
ବ୍ୟବସାୟୀଙ୍କ କହିବା କଥା ବର୍ଷା ଯୋଗୁଁ ଫସଲ ନଷ୍ଟ ହେବାରୁ ବଜାରକୁ ପରିବା ଯୋଗାଣ କମିଛି । ଅନ୍ୟପଟେ ପାର୍ବଣ ସମୟରେ ଚାହିଦା ବଢ଼ିବାରୁ ଦର ଉପରମୁହାଁ ହୋଇଛି । ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ ପରିବା ଦର ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି । ପାର୍ବଣରେ ଖୁସି ବଦଳରେ ମହଙ୍ଗା ମାଡ଼ରେ ଘାଣ୍ଟି ହେଉଛନ୍ତି ସାଧାରଣ ଖାଉଟି । କେବେ ଦର କମିବ ଏବଂ କେବେ ହାଣ୍ଡିଶାଳକୁ ଆଶ୍ୱସ୍ତି ମିଳିବ, ତାହାକୁ ଅପେକ୍ଷା କରିଛନ୍ତି ଖାଉଟି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories