Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଗାଡ଼ିର ଫିଟନେସ ପ୍ରମାଣପତ୍ର ନ ଥିଲେ ହେବ ପଞ୍ଜୀକରଣ ରଦ୍ଦ

Odisha

Vehicle Fitness Certificate / ଗାଡ଼ିର ଫିଟନେସ ପ୍ରମାଣପତ୍ର ନ ଥିଲେ ହେବ ପଞ୍ଜୀକରଣ ରଦ୍ଦ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଗାଡ଼ିର ଫିଟନେସ ପ୍ରମାଣପତ୍ର ନ ଥିଲେ ହେବ ପଞ୍ଜୀକରଣ ରଦ୍ଦ
Vehicle

Key Points

ଫିଟନେସ ନଥିଲେ ପଞ୍ଜୀକରଣ ରଦ୍ଦ
ବାରିପଦା ଦୁର୍ଘଟଣା ପରେ ଯାଞ୍ଚ ପାଇଁ ନିର୍ଦ୍ଦେଶ
ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନାଙ୍କ ନିର୍ଦ୍ଦେଶ
ଭୁବନେଶ୍ବର,୦୫/୦୭: ବିନା ଫିଟନେସ୍‌ରେ ଗାଡ଼ି ଚଳାଇଲେ ରଦ୍ଦ ହେବ ପଞ୍ଜିକରଣ । ବାରିପଦାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପରେ ରାଜ୍ୟ ସରକାର ବିନା ଫିଟନେସ୍‌ରେ ଚାଲୁଥିବା ଗାଡ଼ି ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ଆରଟିଓ ଓ ଏଆରଟିଓଙ୍କୁ ନିଜ ନିଜ ଅଞ୍ଚଳରେ ବିନା ଫିଟନେସ୍‌ରେ ଚଳାଚଳ କରୁଥିବା ଗାଡ଼ି ଚିହ୍ନଟ କରି କଠୋର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ ପଞ୍ଜିକରଣ ରଦ୍ଦ ସମେତ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ରାଜ୍ୟବ୍ୟାପୀ ଫିଟନେସ୍‌, ବୀମା ଓ ପରମିଟ୍ ଯାଞ୍ଚକୁ ଆହୁରି କଡ଼ାକଡ଼ି କରାଯିବ। ବିନା ଫିଟନେସ୍ ଓ ବେଆଇନ ଭାବେ ଚଳାଚଳ କରୁଥିବା ଗାଡ଼ି ବିରୋଧରେ ଆଗାମୀ ଦିନରେ ନିରନ୍ତର ସ୍ୱତନ୍ତ୍ର ଡ୍ରାଇଭ୍ ଜାରି ରହିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି।



ପରିବହନ ବିଭାଗର ନିର୍ଦ୍ଦେଶକ୍ରମେ ଏସ୍‌ଟିଏ (ରାଜ୍ୟ ପରିବହନ ପ୍ରାଧିକରଣ) ପକ୍ଷରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ, ବାରିପଦାଠାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ସମ୍ପୃକ୍ତ ଦୁଇଟି ଯାକ ଗାଡ଼ିର ବୈଧ ଫିଟ୍‌ନେସ୍‌ ପ୍ରମାଣପତ୍ର ନାହିଁ । ଏହାକୁ ଗୁରୁତ୍ୱ ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ସେହି ଅନୁସାରେ ଉକ୍ତ ଦୁଇଟିଯାକ ଗାଡ଼ିର ପଞ୍ଜୀକରଣ ରଦ୍ଦ ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଛି । ବିନା ଫିଟ୍‌ନେସ୍‌ରେ ଗାଡ଼ି ଚଳାଚଳ ଉପରେ ରୋକ୍‌ ଲଗାଇବା ଦିଗରେ କଠୋର ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାରୁ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେଉଛି।

ପଢନ୍ତୁ ଏହି ଖବର: ଭୁବନେଶ୍ୱରରେ ହେବ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ଷ୍ଟାଣ୍ଡିଂ କମିଟି ବୈଠକ ମାଓବାଦ ଓ ମାଦକ ଚୋରାଚାଲାଣ ଉପରେ ଲାଗିବ ରୋକ୍

ରାଜ୍ୟର ସମସ୍ତ ଆରଟିଓ ଏବଂ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଏଟିଓ)ମାନଙ୍କୁ ଯାଞ୍ଚ୍‌ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାରେ ଚାଲୁଥିବା ଅନ୍‌ଫିଟ୍‌ ତଥା ବିପଦପୂର୍ଣ୍ଣ ଗାଡ଼ି ଗୁଡ଼ିକୁ ଚିହ୍ନଟ କରାଯାଇଛି । ଏହି ଗାଡ଼ି ଗୁଡ଼ିକର ପଞ୍ଜୀକରଣ ରଦ୍ଦ ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିନା ଫିଟ୍‌ନେସ୍‌ ଓ ପଞ୍ଜୀକରଣରେ ଗଡ଼ୁଥିବା ଗାଡ଼ି ଗୁଡ଼ିକ ବିରୋଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନ ଜୋରଦାର ହେବ ବୋଲି ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଗାଡ଼ିର ବୀମା ଓ ପର୍‌ମିଟ୍‌ ଯାଞ୍ଚ ମଧ୍ୟ କଡ଼ାକଡ଼ି କରାଯିବ ବୋଲି ଏସ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି ।

ବାରିପଦାରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସଂପୃକ୍ତ ଦୁଇଟିଯାକ ଗାଡ଼ିର ବୈଧ ଫିଟ୍‌ନେସ୍‌ ପ୍ରମାଣପତ୍ର ନଥିଲା। ତେଣୁ ଏହି ଦୁଇ ଗାଡ଼ିର ପଞ୍ଜୀକରଣକୁ ରଦ୍ଦ କରାଯାଇଛି। ଏବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅନୁପଯୋଗୀ ଓ ବିପଦପୂର୍ଣ୍ଣ ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଉଛି। ଏପରିକି ଗାଡ଼ିର ବୀମା ଓ ପରମିଟ୍‌ ଯାଞ୍ଚକୁ ମଧ୍ୟ କଡ଼ାକଡ଼ି କରାଯିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored