Videos
|
Odisha

ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ ହତ୍ୟା ମାମଲାରେ ଆସିଲା ରାୟ

Smruti Parija
Browse all articles by Smruti Parija
·2 years ago·1 min read
ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ ହତ୍ୟା ମାମଲାରେ ଆସିଲା ରାୟ

ବ୍ରହ୍ମପୁର: ବ୍ରହ୍ମପୁରରେ ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ ହତ୍ୟା ମାମଲାରେ ଆସିଲା ରାୟ । ଡାକ୍ତର ହୃଷିକେଶ ତ୍ରିପାଠୀକୁ ଆଜୀବନ କାରାଦଣ୍ଡାଦେଶ । ଏହାସହ 10 ଲକ୍ଷ ଟଙ୍କାର ଜୋରିମାନା । ଅନ୍ୟ ଦୁଇ ଦୋଷୀଙ୍କୁ ଦୁଇବର୍ଷ ଜେଲ୍ ସହ 5 ହଜାର ଜୋରିମାନା । ବ୍ରହ୍ମପୁରର ଏକ ଘରୋଇ କ୍ଲିନିକର ଜଣେ ମହିଳା ନର୍ସଙ୍କ ସହ ତ୍ରିକୋଣୀୟ ପ୍ରେମକୁ ନେଇ ବିଷ୍ଣୁ ଗୌଡଙ୍କୁ ହତ୍ୟା

ମାମଲାରେ ଆଜି ରାୟ ପ୍ରକାଶ ପାଇଛି । ଘଟଣାରେ ମୋଟ 3 ଜଣ ଗିରଫ ହୋଇଥିଲେ । ହସ୍ପିଟାଲରେ କାମ କରୁଥିବା ଅର୍ଥାତ୍ ମୃତଦେହକୁ ନେଇ ପୋତିଥିବା ଡାକ୍ତରଙ୍କ ଘରୋଇ ହସ୍ପିଟାଲ୍ ଷ୍ଟାଫ୍ ଗଙ୍ଗା ବେହେରା ଓ ବିଧାନ ସେଠୀଙ୍କୁ ପୋଲିସ ଗିରଫ କରିଥିଲା । ସେ ଦୁହେଁ ଜାମିନ ପାଇଥିବା ଜଣାପଡିଛି ।

ଖଲ୍ଲିକୋଟ ସ୍ଥିତ ଏକ ଘରୋଇ HDFC ବ୍ୟାଙ୍କରେ ଏଜେଣ୍ଟ ଭାବେ କାମ କରୁଥିବା ବିଷ୍ଣୁ ଗୌଡ, 2018 ଅଗଷ୍ଟ 18 ତାରିଖ ରେ ଘରୁ ବାହାରି ବ୍ରହ୍ମପୁର ସ୍ଥିତ ଡାକ୍ତର ହୃଷୀକେଶ ତ୍ରିପାଠୀ ଙ୍କ କ୍ଲିନିକ୍ କୁ ଆସିଥିଲେ । ଏହା ପରେ 19 ତାରିଖରେ ବିଷ୍ଣୁ ତାଙ୍କ ପତ୍ନୀଙ୍କ ସହ ସକାଳ 8ଟା 50ରେ କଥା ହେବା ପରଠାରୁ ଆଉ ତାଙ୍କର ପତ୍ତା ମିଳିନଥିଲା ।

ଏନେଇ ତାଙ୍କ ପତ୍ନୀ ବ୍ରହ୍ମପୁର ବୈଦ୍ୟନାଥପୂର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରିଥିଲା । ପରେ ସେପ୍ଟେମ୍ବର 12 ତାରିଖରେ ତାଙ୍କ ମୃତଦେହ ବଡଗୁମୁଲା ସ୍ଥିତ ଏକ ପଡ଼ିଆରୁ ଖଣ୍ଡ ବିଖଣ୍ଡିତ ମୃତ ଦେହ ମିଳିଥିଲା । ଏହା ପରେ ପୋଲିସ ଡ଼ାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଗିରଫ କରିଥିଲା । ସେ ଦିନ ଠାରୁ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିଥିଲେ । ହୃଷିକେଶ ତ୍ରିପାଠୀ ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ସର୍ଜରୀ ସ୍ପେଶଲିଷ୍ଟ ଭାବେ କାର୍ଯ୍ୟ କରୁଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...