ଗିରଫ ହେଲା କୁଖ୍ୟାତ ବ୍ରାଉନସୁଗର ବେପାରୀ କଟି
·2 years ago·1 min read

ଭୁବନେଶ୍ୱର: ଗିରଫ ହେଲା କୁଖ୍ୟାତ ବ୍ରାଉନସୁଗର ବେପାରୀ । ଗିରଫ କଲା STF । ଅଭିଯୁକ୍ତ ର ନାଁ ଏସ୍.କେ.ମହତାବ ଅଲ୍ଲୀ । ଘର ମୟୁରଭଞ୍ଜ ଜିଲ୍ଲା ବାରିପଦା ଥାନା ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ ଗତ ଫେବୃଆରୀ ମାସ ୨୧ ତାରିଖ ରେ ଚଢ଼ାଉ ବେଳେ ୩୦୨ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା। ସେହି ଘଟଣାରେ କ୍ଷୀରସିନ୍ଧୁ ସାମଲ କୁ ଗିରଫ କରିଥିଲା ପୋଲିସ। କିନ୍ତୁ ପୋଲିସକୁ ଚକମା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଏସ୍.କେ.ମହତାବ ଅଲ୍ଲୀ ଓରଫ କଟି।
ଗିରଫ ପରେ STF ପକ୍ଷରୁ ଅଭିଯୁକ୍ତକୁ କରଞ୍ଜିଆ କୋର୍ଟରେ ହାଜର କରାଯାଇଛି । ୨୦୨୦ ମସିହାରେ ମଧ୍ୟ STF ପକ୍ଷରୁ କଟି କୁ ଗିରଫ କରାଯାଇଥିଲା। ସେତବେଳେ ତା ଠାରୁ ୩ କେଜି ୨୬୫ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଥିଲା । ୨ ବର୍ଷ ଜେଲ ରେ ରହି ୨୦୨୨ ଅଗଷ୍ଟ ମାସରେ ଜାମିନରେ ଆସିବା ପରେ ପୁଣି ଥରେ ନିଶା କାରବାର ଆରମ୍ଭ କରିଥିଲା କଟି । ବେତନଟୀ, ବାରିପଦା ଟାଉନ, ମୟୁରଭଞ୍ଜ ଅବକାରୀ ଥାନାରେ ଏହି ନିଶା ମାଫିଆ ବିରୋଧରେ ସଙ୍ଗୀନ ମାମଲା ରହିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: