CM Majhi Inaugurates / ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
·2 hours ago·3 min read

Key Points
ପ୍ରଥମ ପର୍ଯ୍ୟାୟରେ ୧୦ଟି ଦେଶକୁ ଭିସା ସେବା
ଅନ୍ୟାନ୍ୟ ଦେଶକୁ ଭିସା ସୁବିଧା ଉପଲବ୍ଧ ହେବ ଓଡ଼ିଶାର ଗ୍ଲୋବାଲ କନେକ୍ଟିଭିଟି ଢ଼ାଞ୍ଚା

ଭୁବନେଶ୍ୱର,୧/୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ବାବା ସାହେବ ଆମ୍ୱେଦକର ବସ୍ ଟର୍ମିନାଲ ବରମୁଣ୍ଡା ଠାରେ VFS ଗ୍ଲୋବାଲ ଦ୍ୱାରା ପରିଚାଳିତ ନୂତନ ଭିସା ଆବେଦନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଭିସା ଆପ୍ଲିକେସନ୍ ସେଣ୍ଟର ପାଇଁ ରାଜ୍ୟବାସୀଙ୍କ ବହୁଦିନରୁ ଦାବୀ ରହିଆସିଥିଲା। ଆମେ ଏ ସମ୍ୱନ୍ଧରେ କେନ୍ଦ୍ର ସରକାରଙ୍କ ନିକଟରେ ସହଯୋଗ କାମନା କରିଥିଲୁ । କେନ୍ଦ୍ର ସରକାରଙ୍କ ସହଯୋଗରେ ଆଜି ଭୁବନେଶ୍ୱରରେ ଏହି ଭିସା ଆପ୍ଲିକେସନ୍ ସେଣ୍ଟର କାର୍ଯ୍ୟକ୍ଷମ ହେଲା । ଏହା ଓଡ଼ିଶାବାସୀଙ୍କୁ ଆନ୍ତର୍ଜାତୀୟ ଭିସା ସେବା ପ୍ରଦାନ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହାଦ୍ବାରା ଓଡ଼ିଶାର ଗ୍ଲୋବାଲ କନେକ୍ଟିଭିଟି ଢାଞ୍ଚା ଆହୁରି ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି କେନ୍ଦ୍ର ସ୍ଥାପିତ ହେବାଦ୍ବାରା ସମଗ୍ର ବିଶ୍ବ ସହିତ ଓଡିଶାର କନେକ୍ଟିଭିଟି ବୃଦ୍ଧିହେବ। ଜନସାଧାରଣଙ୍କୁ ନାଗରିକ କୈନ୍ଦ୍ରୀକ ସେବା ଯୋଗାଇଦେବାରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ଏହା ଏକ ପ୍ରତିଫଳନ। ସେ କହିଥିଲେ ଯେ, ଏପରି ପଦକ୍ଷେପ ଓଡିଶାର ଯୁବବର୍ଗଙ୍କ ବିଦେଶ ଯାତ୍ରାକୁ ସହଜ କରିବା ସହିତ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ ଓ ଆନ୍ତର୍ଜାତୀୟ ସମ୍ପର୍କକୁ ମଜବୁତ କରିବ। ସେ ଆହୁରି କହିଥିଲେ ଯେ, ରାଜ୍ୟରେ ଶିଳ୍ପାୟନ ଓ ଅର୍ଥନୈତିକ କାର୍ଯ୍ୟକ୍ରମର ଅଭିବୃଦ୍ଧି ଯୋଗୁଁ ଓଡ଼ିଶାରେ ଏକ Visa Application Centreର ଆବଶ୍ୟକତା ଥିଲା। ସ୍ଥାନୀୟ ଯୁବ ପ୍ରଫେସନାଲଙ୍କ ପାଇଁ ଏହା ଖୁବ୍ ଗୁରୁତ୍ବପୂର୍ଣ୍ଣ। ପୂର୍ବରୁ ସେମାନେ ଭିସା ଆବେଦନ ପାଇଁ କୋଲକାତା ଓ ହାଇଦ୍ରାବାଦକୁ ଯିବାକୁ ପଡୁଥିଲା। ଏବେ ସେମାନେ ସହଜରେ ଓ ସୁବିଧାରେ ଭିସା ପାଇପାରିବେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ବାବା ସାହେବ ଆମ୍ବେଦକର ବସ୍ ଟର୍ମିନାଲ ଭିତରେ ପ୍ରାୟ ୩,୦୦୦ ବର୍ଗଫୁଟ୍ ଜାଗା ଏହି ଭିସା ସେଣ୍ଟର ପାଇଁ ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ର ୟୁନାଇଟେଡ୍ କିଙ୍ଗଡମ୍, ଆୟରଲ୍ୟାଣ୍ଡ, ଅଷ୍ଟ୍ରିଆ, ଏସ୍ତୋନିଆ, ଇଟାଲୀ, ମାଲ୍ଟା, ସ୍ୱିଜରଲ୍ୟାଣ୍ଡ, ଜାପାନ, ମରୋକ୍କୋ ଓ ଇଜିପ୍ଟ ସହିତ ମୋଟ ୧୦ଟି ଦେଶ ପାଇଁ ଭିସା ସେବା ପ୍ରଦାନ କରିବ। ଆଗାମୀ ଦିନରେ ଅଧିକ ଦେଶକୁ ଏହି ସେବାରେ ଯୋଡାଯିବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ, VFS ଗ୍ଲୋବାଲ ଭାରତର ୨୦ଟି ସହରରେ ୫୬୦ରୁ ଅଧିକ କେନ୍ଦ୍ର ମାଧ୍ୟମରେ ୫୩ଟି ଦେଶ ପାଇଁ ଭିସା ସେବା ପ୍ରଦାନ କରୁଛି।
VFS ଗ୍ଲୋବାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜୁବିନ କାର୍କରିଆ ସଂସ୍ଥାଟିକୁ ବିଶ୍ୱର ସର୍ବବୃହତ୍ ଭିସା ଓ କନସୁଲାର ସେବା ପ୍ରଦାନକାରୀ ଭାବେ ଗଢିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କ ନେତୃତ୍ୱରେ ସଂସ୍ଥାଟି ୧୬୭ଟି ଦେଶରେ ୭୦ଟି ସରକାରକୁ ଭିସାସେବା ଯୋଗାଇ ଦେଉଛି। ଭାରତର ୨୦ ଟି ସହରରେ ଏହି ସଂସ୍ଥାର ୫୬୦ ଟି ଭିସା ଆପ୍ଲିକେସନ ସେଣ୍ଟର କାମ କରୁଛି । VFS ଗ୍ଲୋବାଲ ଏକ ବିଶ୍ୱସନୀୟ ପ୍ରଯୁକ୍ତି ସେବା ପ୍ରଦାନକାରୀ ସଂସ୍ଥା ଭାବେ ସରକାର ଓ ଦୂତାବାସମାନଙ୍କୁ ଭିସା, ପାସପୋର୍ଟ ଓ କନସୁଲାର ସେବା ପ୍ରଦାନ କରିବାରେ ସହଯୋଗ କରୁଛି।
ଏଥିସହ ପଢ଼ନ୍ତୁ: ଜିଲ୍ଲା ଯୋଜନା ବୋର୍ଡ ଗଠନ କଲେ ସରକାର, ୪ ମନ୍ତ୍ରୀ ଓ ୨୬ ବିଧାୟକ ହେଲେ ଅଧ୍ୟକ୍ଷ
୧୬୭ଟି ଦେଶରେ ଏହିସଂସ୍ଥାର ୪,୦୦୦ରୁ ଅଧିକ କେନ୍ଦ୍ର ରହିଛି। ଏହି ଅବସରରେ ଅଷ୍ଟ୍ରିଆ, ଇଟାଲୀ ଓ ସ୍ୱିଜରଲ୍ୟାଣ୍ଡ ଦୂତାବାସର ଭାରତରେ ଅବସ୍ଥାପିତ ଅଧିକାରୀଙ୍କ ସମେତ ଓଡ଼ିଶା ବିଧାନ ସଭାର ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, VFS ଗ୍ଲୋବାଲ ସାଉଥ ଏସିଆର COO ୟୁମି ତଲୱାର ପ୍ରମୁଖ ଉପସ୍ଥିତ ଥିଲେ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories