Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସ୍ଵାମୀ ଲକ୍ଷଣାନନ୍ଦ ସରସ୍ବତୀ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ଦାବି କଲା ବିଶ୍ବହିନ୍ଦୁ ପରିଷଦ

Odisha

VHP Demands Independent Investigation / ସ୍ଵାମୀ ଲକ୍ଷଣାନନ୍ଦ ସରସ୍ବତୀ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ଦାବି କଲା ବିଶ୍ବହିନ୍ଦୁ ପରିଷଦ

Bikash Mohanty
Browse all articles by Bikash Mohanty
·7 hours ago·2 min read
ସ୍ଵାମୀ ଲକ୍ଷଣାନନ୍ଦ ସରସ୍ବତୀ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ଦାବି କଲା ବିଶ୍ବହିନ୍ଦୁ ପରିଷଦ
Viswa Hindu Parishad

Key Points

ସ୍ଵାମୀ ଲକ୍ଷଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣା
ନିରପେକ୍ଷ ତଦନ୍ତ ଲାଗି ଦାବି କରିଛି ବିଶ୍ବ ହିନ୍ଦୁ ପରିଷଦ
ଜଷ୍ଟିସ୍ ନାଇଡୁ କମିସନ ତତ୍କାଳୀନ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ
ହେଲେ ରିପୋର୍ଟଟି ହଜିଯିବା ଆହୁରି ଆଶ୍ଚର୍ଯ୍ୟ କରିଛି
ସାମ୍ବାଦିକ ସମ୍ମିଳନୀରେ ଦାବି କଲା ବିଶ୍ବ ହିନ୍ଦୁ ପରିଷଦ

ଭୁବନେଶ୍ବର,୧୩/୬ : ସ୍ଵାମୀ ଲକ୍ଷଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାରେ ଜଷ୍ଟିସ୍ ଏଏସ୍ ନାଇଡୁ ତଦନ୍ତ କମିସନ ତତ୍କାଳୀନ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। କମିସନ ରିପୋର୍ଟଟି ଏବେ ମିଳୁନାହିଁ। ତେଣୁ ତଦନ୍ତ କମିସନ ରିପୋର୍ଟ ହଜିବା ଘଟଣାର ନିରପେକ୍ଷ ତଦନ୍ତ ଲାଗି ଦାବି କରିଛି ବିଶ୍ବ ହିନ୍ଦୁ ପରିଷଦ।

ବିଶ୍ବ ହିନ୍ଦୁ ପରିଷଦ, ଓଡ଼ିଶା (ପୂର୍ବ) ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଂପାଦକ ମହେଶ କୁମାର ସାହୁ କହିଲେ, ସ୍ଵାମୀଜୀଙ୍କ ହତ୍ୟା ଏକ ସାଧାରଣ ଘଟଣା ନୁହେଁ ତଦନ୍ତ କମିସନ ରିପୋର୍ଟ ପ୍ରଦାନ ପରଠାରୁ ଏହାକୁ ସାର୍ବଜନୀନ ଲାଗି ପରିଷଦ ପକ୍ଷରୁ ଦାବି ହୋଇଆସୁଛି। ମାତ୍ର ତତ୍କାଳୀନ ସରକାର ଏହାକୁ ସାର୍ବଜନୀନ କଲେନାହିଁ। ବର୍ତ୍ତମାନ ସରକାର ବଦଳିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ବିଭିନ୍ନ ଦାବି ଭିତରେ ନାଇଡୁ କମିସନଙ୍କ ରିପୋର୍ଟକୁ ସାର୍ବଜନୀନ ଲାଗି ମଧ୍ୟ ଦାବି ରହିଥିଲା | ଯଦିଓ ଏହାଭିତରେ ୨ବର୍ଷ ବିତିଗଲାଣି, ତଥାପି ରାଜ୍ୟ ସରକାର ବିଳମ୍ବରେ ହେଲେ ମଧ୍ୟ ଏହି ରିପୋର୍ଟକୁ ଖୋଜିବା ଆରମ୍ଭ କରିଥିଲେ । ମାତ୍ର ରିପୋର୍ଟଟି ହଜିଯିବା ଆହୁରି ଆଶ୍ଚର୍ଯ୍ୟ କରିଛି।

ପଢନ୍ତୁ ଏହି ଖବର: CMOରୁ ଫାଇଲ ହଜିବା ଘଟଣାରେ ପୋଲିସର ତନାଘନା, ପୂର୍ବ ବିଜେଡି ସରକାର ଉପରେ ବର୍ଷିଲା ବିଜେପି

ରିପୋର୍ଟ ହଜିବା ଘଟଣାରେ ରାଜ୍ୟ ସରକାର ଏଫ୍‌ଆଇଆର ଦେଇଛନ୍ତି। ସରକାର ଏତିକିରେ ଚୁପ୍ ନ ବସି ସିବିଆଇ ତଦନ୍ତ ପାଇଁ ଚିଠି ଲେଖନ୍ତୁ। ଦୈନନ୍ଦିନ ଏହା ଉପରେ ଯେଉଁ ତଥ୍ୟ ସାମନାକୁ ଆସୁଛି ତାହାକୁ ତଦାରଖ କରନ୍ତୁ।

ସେ ଆହୁରି ମଧ୍ୟ କହିଥିଲେ ଯେ ପୂର୍ବ ବିଜେଡି ସରକାର ସମୟରେ ଭୁବନେଶ୍ଵରର ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ନାଁରେ ନାମିତ ରାସ୍ତାର ନାମ ବଦଳାଯାଇଥିଲା । ମିସ୍‌ନାରୀଙ୍କ ପ୍ରେମରେ ପୂର୍ବ ସରକାର ଏଭଳି କାର୍ଯ୍ୟ କରିଥିଲେ। ମାତ୍ର ବର୍ତ୍ତମାନର ସରକାର ଏହି ତ୍ରୁଟିର ସଂଶୋଧନ କରନ୍ତୁ ଓ ରାସ୍ତାର ପୂର୍ବ ନାଁରେ ଏହାକୁ ନାମିତ କରନ୍ତୁ।

ସେହିପରି ପୂର୍ବ ପ୍ରାନ୍ତ ସଭାପତି ପ୍ରଫେସର ପ୍ରଫୁଲ୍ଲ ମିଶ୍ର କହିଲେ, କମିସନ ରିପୋର୍ଟ ଦାଖଲ ସମୟରେ ୨ଟି କପି ଗୋଟିଏ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅନ୍ୟଟି ଗୃହ ବିଭାଗରେ ରହିଥାଏ | ଏ ଦୃଷ୍ଟିରୁ ତଦନ୍ତ କମିସନ ରିପୋର୍ଟ ହଜିବା କଥା ମିଛ ମିଛ। ଗୃହ ବିଭାଗକୁ ଯାଇଥିବା କପିଟି କୁଆଡ଼େ ଆଡ଼େ ଗଲା ? ରାଜ୍ୟ ସରକାର ଏହା ଉପରେ ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ। ସିବିଆଇ ଥାଇ ତଦନ୍ତ କରାଗଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସେ ଦାବି କରିଥିଲେ।

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାର ଫାଇଲ ଗାଏବ ଘଟଣାରେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଥିଲା ବିଜେପି। ଏ ଫାଇଲକୁ ଯୋଜନା ବଦ୍ଧ ଭାବରେ ଚୋରୀ କରାଯାଇଛି। ୨୦୧୬ ସେପ୍ଟେମ୍ବର ୧୯ ତାରିଖରେ ଏହି ଫାଇଲକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠା ଯାଇଥିଲା। ପରେ 2024 ଜୁନ ୪ ତାରିଖରେ ଭୋଟ ଗଣତି ଟ୍ରେଣ୍ଡ ବିଜେପି ସପକ୍ଷରେ ଆସିବା ପରେ ଗୃହ ବିଭାଗକୁ ସବୁ ଫାଇଲ ପଠାଇ ଦିଆଗଲା। ହେଲେ ଦୁଇଟି ଫାଇଲ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ପଠା ଗଲା ନାହିଁ। ଗୋଟିଏ ଲକ୍ଷ୍ଣଣାନନ୍ଦ ସରସ୍ବତୀଙ୍କ ହତ୍ୟା ସମ୍ପର୍କୀତ କମିଶନ ରିପୋର୍ଟ ଓ ଅନ୍ୟ ଟି ସମ ହସ୍ପିଟାଲ ଅଗ୍ନିକାଣ୍ଡର RDC ରିପୋର୍ଟ ବୋଲି କହିଥିଲେ ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored