Videos
|
Odisha

Odisha News / ଦୁଇ ଦିନିଆ ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣ; ବିଧାୟକଙ୍କ ଦକ୍ଷତା ବିକାଶ ଉପରେ ଦେବେ ଟ୍ରେନିଂ

Sushanta Sahoo
Browse all articles by Sushanta Sahoo
·1 hour ago·1 min read
ଦୁଇ ଦିନିଆ ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣ; ବିଧାୟକଙ୍କ ଦକ୍ଷତା ବିକାଶ ଉପରେ ଦେବେ ଟ୍ରେନିଂ
C.P. Radhakrishnan's Two-Day Odisha Visit

Key Points

୧୬ରେ ବିଧାୟକଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗଦେବେ
ବଜେଟ କେମିତି ଉପସ୍ଥାପନା ହେବା ଦରକାର ସେନେଇ ଦେବେ ପ୍ରଶିକ୍ଷଣ
ଭୁବନେଶ୍ଵର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ୧୬ ତାରିଖରେ ବିଧାୟକଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗଦେବେ । ବିଧାୟକଙ୍କ ଦକ୍ଷତା ବିକାଶ ଉପରେ ଟ୍ରେନିଂ ଦେବେ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତିଙ୍କ ଏହା ଦ୍ବିତୀୟ ଥର ବିଧାନସଭା ଗସ୍ତ ।

ଏହି ଗସ୍ତରେ ଦିନିକିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ୩ ଗୋଟି ସେସନ୍ ରହିବ । ପ୍ରଥମ ସେସନରେ ଉପରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ରହିବେ । ପୂରା କାର୍ଯ୍ୟକ୍ରମ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହେବ । ଏହା ସହ ଦୁଇଟି ଟେକ୍ନିକାଲ ସେସନ ରହିଛି ।

ଏଥିସହ ପଢ଼ନ୍ତୁ: ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ସମୟ ସୀମାରେ ସଂଶୋଧନ କଲେ ସରକାର 

ଗୋଟିଏରେ ବିଧାନସଭାର ବିଭିନ୍ନ କମିଟି ଏବଂ କମିଟିର କାର୍ଯ୍ୟ ସମ୍ପର୍କରେ ଏହି ଟ୍ରେନିଂ ଦିଆଯିବ । କେରଳ ଏବଂ ଓଡ଼ିଶାରେ ଏହି କମିଟି ବ୍ୟବସ୍ଥା ରହିଛି । ଅନ୍ୟ ଏକ ସେସନରେ ବଜେଟ୍‌ରେ ଖର୍ଚ୍ଚ, ଅନୁପାତ, ଏଷ୍ଟିମେଟ ଭଳି ପ୍ରସଙ୍ଗରେ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ ।

ବଜେଟ କେମିତି ଉପସ୍ଥାପନା ହେବା ଦରକାର ଓ ବିଧାୟକମାନେ ଏଥିରେ କେମିତି ଭାଗ ନେବେ ତାହା ଉପରେ ପ୍ରଶିକ୍ଷଣ ଦେବେ ଉପରାଷ୍ଟ୍ରପତି । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, "ବିଧାନସଭାରେ କମିଟି ବ୍ୟବସ୍ଥା ଅଛି । ଏହାକୁ ସୁଦୃଢ଼ କରିବାକୁ ସଦସ୍ୟମାନଙ୍କ ଦକ୍ଷତା ବୃଦ୍ଧି ଆବଶ୍ୟକ । ଏହା ହେଲେ କାର୍ଯ୍ୟାନ୍ଵୟନ ଓ ତଦାରଖ ବ୍ୟବସ୍ଥା ବଳିଷ୍ଠ ହେବ । ଏହା ହିଁ ଟ୍ରେନିଂ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।"