Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦାବିରେ ବିଜେପିର ଥାନା ଘେରାଉ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦାବିରେ ବିଜେପିର ଥାନା ଘେରାଉ

ଅର୍ଗସ ବ୍ୟୁରୋ:  ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦାବିରେ ଓଡଗାଁ ଥାନା ଘେରିଲା ନୟାଗଡ଼ ବିଜେପି l ନ୍ୟାୟ ଦାବିରେ ରାସ୍ତାରୋକ ସହ ଥାନା ଭିତରକୁ ଧସେଇ ପଶିଲେ ଶତାଧିକ ବିଜେପି କର୍ମୀ l କିଛି ଦିନ ତଳେ ଓଡଗାଁ ଥାନା ଗିରିଡ଼ିପଲ୍ଲୀ ଗାଁର ଜଣେ ମହିଳାଙ୍କୁ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ଦୁଷ୍କର୍ମ କରିଥିବା ନେଇ ଓଡଗାଁ ଥାନାରେ ଅଭିଯୋଗ ହୋଇଥିଲା l ହେଲେ ପୋଲିସ ଅଭିଯୁକ୍ତଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ କଲା ନାହିଁ l ବାରମ୍ବାର ଦାବି ସତ୍ୱେ ପୋଲିସ ନ ଶୁଣିବାରୁ ଆଜି ପୀଡିତାଙ୍କୁ ନ୍ୟାୟ ଦାବିରେ ଥାନା ଘେରାଉ କରିଛି ନୟାଗଡ଼ ବିଜେପି l

ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ରାସ୍ତାରୋକ କରିବା ସହ ଥାନା ଭିତରକୁ ଧସେଇ ପଶିଥିଲେ l  ଅନ୍ୟପକ୍ଷେ ଅଭିଯୁକ୍ତକୁ ବିଜେଡ଼ି ନେତା ଅରୁଣ ସାହୁ ସୁରକ୍ଷା ଦେଉଥିବା ଅଭିଯୋଗ ଆଣି ବିଜେପି ପକ୍ଷରୁ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି I ପୋଲିସ ସହ ଧସ୍ତାଧସ୍ତି ହେବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି l ଶହ ଶହ ବିଜେପି କର୍ମୀ ପୀଡିତାଙ୍କୁ ନ୍ୟାୟ ଦାବି କରିଛନ୍ତି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Victims of mischief are besieging the BJP police station demanding justice | Argus News