Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ବାଘ ଆକ୍ରମଣରେ ମିଳିଲାନି କ୍ଷତିପୁରଣ, ଥାନାରେ ଦ୍ଵାରସ୍ତ ହେଲେ ପରିବାର ଲୋକେ

Odisha

 ବାଘ ଆକ୍ରମଣରେ ମିଳିଲାନି କ୍ଷତିପୁରଣ, ଥାନାରେ ଦ୍ଵାରସ୍ତ ହେଲେ ପରିବାର ଲୋକେ

Manini Pattanayak
Browse all articles by Manini Pattanayak
·1 year ago·1 min read
 ବାଘ ଆକ୍ରମଣରେ ମିଳିଲାନି କ୍ଷତିପୁରଣ, ଥାନାରେ ଦ୍ଵାରସ୍ତ ହେଲେ ପରିବାର ଲୋକେ

ବାଲେଶ୍ୱର: ବାଘ ଆକ୍ରମଣରେ ଗୁରୁତର ମାନଙ୍କୁ ମିଳିଲାନି କ୍ଷତିପୁରଣ। ବାଲେଶ୍ଵର ଜିଲ୍ଲା ସୋର ରେଞ୍ଜ ଖଇରା ତହସିଲ ନୟାଖଣ୍ଡି ପଞ୍ଚାୟତ ଅଧୀନ ଗଡ ଗାଁରେ ବାଘ ଆକ୍ରମଣ ଘଟଣାକୁ ୪ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗୁରୁତର ଆହତ ହୋଇଥିବା ଏବଂ ଘର ନଷ୍ଟ ହୋଇଥିବା ବ୍ୟକ୍ତି ମାନଙ୍କୁ କ୍ଷତି ପୁରଣ ମିଳିନାହିଁ। ବାଧ୍ୟ ହୋଇ ସେମାନେ ଖଇରା ଥାନାର ଦ୍ବାରସ୍ଥ ହୋଇଛନ୍ତି। ବନବିଭାଗର ଏପରି ଅବହେଳା ଘଟଣାଦିନ ଉପସ୍ଥିତ ଥିବା ଡିଏଫଓ ଓ ଏସିଏଫଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ।ଗତ ଶନିବାର ଦିନ ଗଡ଼ ଏକ ଏକ କଲରାପତରିଆ ବାଘ ପଶିବା ସହ ୫ଜଣଙ୍କୁ ଆକ୍ରମଣ କରି ଆହତ କରିଥିଲା।

ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ସେମାନଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।ସେଦିନ ଉପସ୍ଥିତ ଥିବା ବାଲେଶ୍ଵର ଡିଏଫଓଙ୍କ ସମ୍ମୁଖରେ ଏହି ଘଟଣା ଘଟିଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଅଧିକାରୀ ଚୂପ ରହିବାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ସେହିଭଳି ଗ୍ରାମବାସୀ ହୋହାଲା ପରେ ବାଘଟି ମୁକୁନ୍ଦ ସେଣ୍ଡଙ୍କ ଗୁହାଳ ଘରେ ପଶିଯାଇଥିବା ବେଳେ ଗୁହାଳଘରଟି ମଧ୍ୟ ନଷ୍ଟ ହୋଇଥିଲା । ତାଙ୍କୁ ମଧ୍ୟ ଏ ପର୍ଯ୍ୟନ୍ତ କ୍ଷତିପୁରଣ ମିଳୁନଥିବା ନେଇ ସେ ଅଭିଯୋଗ କରିଛନ୍ତି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Victims of tiger attacks are not compensated. | Argus News