Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଦ୍ୟାର୍ଥି ଙ୍କ କ୍ୟାରିୟର କାଉନସିଲ୍ କାର୍ଯ୍ୟକ୍ରମ ମୁଁ ବି ସମର୍ଥ

Odisha

ବିଦ୍ୟାର୍ଥି ଙ୍କ କ୍ୟାରିୟର କାଉନସିଲ୍ କାର୍ଯ୍ୟକ୍ରମ ମୁଁ ବି ସମର୍ଥ

Rashmita Mishra
Browse all articles by Rashmita Mishra
·1 year ago·1 min read
ବିଦ୍ୟାର୍ଥି ଙ୍କ କ୍ୟାରିୟର କାଉନସିଲ୍ କାର୍ଯ୍ୟକ୍ରମ ମୁଁ ବି ସମର୍ଥ

ଅର୍ଗସ ବ୍ୟୁରୋ: ଭଟିଲି ବ୍ଲକ ସ୍ଥିତ କମ୍ ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଶକୁନ୍ତଳା ବିଦ୍ୟାଧର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବିଦ୍ୟାର୍ଥିଙ୍କ କ୍ୟାରିୟର କାଉନସିଲ୍ କାର୍ଯ୍ୟକ୍ରମ ମୁଁ ବି ସମର୍ଥ ଆୟୋଜିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମ ଉଚ୍ଚ  ମାଧ୍ୟମିକ ବିଦ୍ୟାଳୟ ରେ  ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଭାସୀ ରେ ବିଖ୍ୟାତ ବୈଜ୍ଞାନିକ ତଥା ପାନସିଆ ବାୟୋଟେକ ସହ ନିର୍ଦେଶକ ଡକ୍ଟର ଅମୂଲ୍ୟ କୁମାର ପଣ୍ଡା ଯୋଗ ଦେଇ ଭେକ୍ସିନ ର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କ ରେ ଭିଡିଓ ଚିତ୍ର ମାଧ୍ୟମ ରେ ବୁଝାଇ ଥିଲେ । ଆସନ୍ତା ବର୍ଷ ମାନଙ୍କରେ ଜୀବନ ଧାରଣ କ୍ଷମତା କିପରି ବୃଦ୍ଧି ପାଇବ ଏବଂ ବିଭିନ୍ନ ରୋଗର ଟୀକା ପ୍ରସ୍ତୁତ ସମ୍ପର୍କ ରେ ବୁଝାଇ ଥିଲେ । ଜୀବ ବିଜ୍ଞାନ,ପ୍ରତିରକ୍ଷା ବିଜ୍ଞାନ ର ବିଭିନ୍ନ ବିଭାଗ ରେ ରହିଥିବା କ୍ୟାରିୟର ବାବଡ ମଧ୍ୟ ବିଦ୍ୟାର୍ଥି ମାନଙ୍କୁ ବୁଝାଇ ଥିଲେ । ପ୍ରଶ୍ନ  ଓ ଉତ୍ତର କାର୍ଯକ୍ରମ ରେ ଭାଗ ନେଇ ଥିବା ତିନ ଜଣ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା । ବିଜ୍ଞାନ ସଂଚlରକ୍ ଲକ୍ଷ୍ମୀ ନାରାୟଣ ବକ୍ସି ଭିଡିଓ ଚିତ୍ର ମାଧ୍ୟମ ରେ ମହାକାଶ ବିଜ୍ଞାନ ରେ ଗବେଷଣା  ଶିକ୍ଷା ବାବଦରେ ଭାରତରେ ରହିଥିବା ସୁଯୋଗ ସମ୍ପର୍କ ରେ ବୁଝାଇ ଥିଲେ । ଇଂରାଜୀ ପ୍ରାଧ୍ୟାପକ ରବି ନାରାୟଣ ସାହୁ ଏହି କାର୍ଯକ୍ରମ କୁ ସଂଯୋଜନା କରିଥିଲେ । ବିଜ୍ଞାନ  ଓ କଳା ବିଭାଗ ର  ଅଧ୍ୟାପିକା ଓ ଅଧ୍ୟାପକ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vidyarthi's career counseling program is also supported by me | Argus News