ଆହୁରି 3 ଦିନ କଲବଲ କରିବ ତାତି, ବଢିପାରେ ସ୍କୁଲ ଛୁଟି ଅବଧି
·2 years ago·1 min read

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକୁ ଦେଖି କିଛି ଜିଲ୍ଲାରେ ବଢିପାରେ ସ୍କୁଲ ଛୁଟି ଅବଧି । ସ୍କୁଲ ଛୁଟି କିମ୍ବା ବିଳମ୍ବରେ ଖୋଲିବା ନେଇ ଚାଲିଛି ବୈଠକ । ଆଉ କିଛି ସମୟ ପରେ ଆସିପାରେ ନିଷ୍ପତି । ଗ୍ରୀଷ୍ମ ପ୍ରବାହକୁ ଦେଖି କିଛି ଜିଲାରେ ସ୍କୁଲ ୩ ଦିନ ଛୁଟି ହୋଇପାରେ । ଆଉ ବାକି ଜିଲ୍ଲା ଗୁଡିକରେ ସକାଳ ୦୬: ୩୦ ରୁ ୧୦: ୩୦ ଯାଏଁ ଚାଲିପାରେ ସ୍କୁଲ ।
ଜଳୁଛି ଦିନ, ପ୍ରବଳ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ମାଲକାନଗିରି ଛୁଇଁବା ପରେ ମାୟାମୃଗ ପାଲଟିଯାଇଛି ମୌସୁମୀ । ରାଜ୍ୟସାରା ତାତି ଓ ଗୁଳିଗୁଳି ଯୋଗୁଁ ସ୍ଥିତି ଅସମ୍ଭାଳ । ପାଣିପାଗ ବିଭାଗର ଆକଳନ । ଏବେ ପାଗରେ ନାହିଁ ବଡ଼ ପରିବର୍ତ୍ତନ । ଚାରି ପାଞ୍ଚ ଦିନ ଭିତରେ ମୌସୁମୀ ଆଗକୁ ବଢ଼ିବା ସମ୍ଭାବନା । ଦୁଇ ଦିନ ଭିତରେ ରାଜ୍ୟର କିଛି ସ୍ଥାନରେ ହୋଇପାରେ ବର୍ଷା ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: