Videos
|
Odisha

ସମୁଦ୍ର ଜୁଆର ମାଡ଼ରେ ଭିଉ ଟାୱାର କ୍ଷତିଗ୍ରସ୍ତ, ଭାଙ୍ଗି ଦେଲେ ମୋହନ ସରକାର  

Manini Pattanayak
Browse all articles by Manini Pattanayak
·2 years ago
ସମୁଦ୍ର ଜୁଆର ମାଡ଼ରେ ଭିଉ ଟାୱାର କ୍ଷତିଗ୍ରସ୍ତ, ଭାଙ୍ଗି ଦେଲେ ମୋହନ ସରକାର  

 ଭୁବନେଶ୍ୱର:  ଅସ୍ତିତ୍ବ ହରାଇଲା ଶିଆଳି ବେଳାଭୂମିର ଭିଉ ଟାୱାର। ରାତିରେ ମାଟିରେ ମିଶିଲା ଭିଉ ଟାୱାର। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଦିନରେ ନ ଭାଙ୍ଗି ରାତିରେ ଭିଉ ଟାୱାର ଭଙ୍ଗା ଚାଲିଛି। ଏହି ଭିଉ ଟାୱାର ଉପରୁ ପର୍ଯ୍ୟଟକମାନେ ବିସ୍ତୀର୍ଣ୍ଣ ବେଳାଭୂମି ସାଙ୍ଗକୁ ସମୁଦ୍ରର ନୀଳ ଲହଡ଼ିର ମନୋରମ ଦୃଶ୍ୟ ଉପଭୋଗ କରନ୍ତି। ରାତି ପାହିଲେ ପର୍ଯ୍ୟଟକ ମାନେ ଆଉ ଭିଉ ଟାୱାରକୁ ଦେଖିବାକୁ ପାଇବେନାହିଁ ।

ପୂର୍ବ ସରକାର ଶିଆଳି ବେଳାଭୂମିର ଉନ୍ନତି କରଣ ନେଇ ପ୍ରଚାର କରିଥିଲେ, କିନ୍ତୁ କୌଣସି ପଦକ୍ଷେପ ନିଆଯାଇନଥିଲା। ସମୁଦ୍ରର ଜୁଆର ମାଡ଼ରେ ଭିଉ ଟାୱାର କ୍ଷତିଗ୍ରସ୍ତ ହୋଇଥିବାରୁ ବାରମ୍ଵାର ସୁରକ୍ଷା ପାଇଁ ଦାବି ହେଉଥିଲା ହେଲେ ଶୁଣିନଥିଲା ପ୍ରଶାସନ । ଏବେ ମୋହନ ସରକାର ବେଳାଭୂମି ଉନ୍ନତିକରଣ ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଛି। 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
View Tower damaged by sea tide, demolished by Mohan Govt | Argus News