Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୪ ମାସରେ ୧୨୩ ଜଣଙ୍କ ବିରୋଧରେ ଭିଜିଲାନ୍ସର ମାମଲା ଦାୟର

Banajyotshna Ray
Browse all articles by Banajyotshna Ray
·1 year ago·3 min read
୪ ମାସରେ ୧୨୩ ଜଣଙ୍କ ବିରୋଧରେ ଭିଜିଲାନ୍ସର ମାମଲା ଦାୟର

Key Points

  • ଦୁର୍ନୀତି ନିବାରଣ ସପ୍ତାହରେ ଦୁର୍ନୀତିଖୋରଙ୍କୁ ସିଏମଙ୍କ ଚେତାବନୀ
  • କହିଲେ ଦୁର୍ନୀତିକୁ କୌଣସି ମତେ ବରଦାସ୍ତ କରାଯିବନି
  • ୪ ମାସରେ ୧୨୩ ଜଣଙ୍କ ବିରୋଧରେ ଭିଜିଲାନ୍ସର ମାମଲା ଦାୟର
  • ମୁଖ୍ୟମନ୍ତ୍ରୀ କହିଲେ ଇଏ କେବଳ ଟ୍ରେଲର ଆଗକୁ ବାକି ପିକଚର
  • ଖାଲି ଅଫିସର ନା ନେତାଙ୍କ ବିରୋଧରେ ବି ହେବ କାର୍ଯ୍ୟାନୁଷ୍ଠାନ ?
  • ବିଜେପିର ନିର୍ବାଚନ ବେଳର ପ୍ରତିଶ୍ରୁତି ମନେପକାଇଲେ ମୋହନ୍ ?

ଅର୍ଗସ ବ୍ୟୁରୋ: ପ୍ରଦୀପ କୁମାର ରଥ, ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନରେ ଏ ବାବୁ ଥିଲେ ଆଡିସନାଲ ଚିଫ୍ ଇଞ୍ଜିନିୟର। ତାଙ୍କ ଘରେ ଭିଜିଲାନ୍ସ ଚଢାଉରୁ ମିଳିଥିଲା ୧୦କୋଟି ୩୭ ଲକ୍ଷ୯ ହଜାର ୩୭୦ କୋଟି ଟଙ୍କାର ସମ୍ପତ୍ତି। ଯେଉଁଥିରେ ସାମିଲ ଥିଲା ୨ଟି ବହୁ ତଳ କୋଠା, ୩ଟି ଫ୍ଲାଟ୍, ଭୁବନେଶ୍ବରରେ ୫୦ ଟି ପ୍ଲଟ୍‍ ଗୋଟିଏ ମେଡିସିନ୍ ଷ୍ଟୋର, ଗୋଟିଏ କ୍ରସର ୟୁନିଟ୍‍ ୧ କେଜି ସୁନା ଓ ଆହୁରି କେତେ କଣ।

ପ୍ରସନ୍ନ କୁମାର ସ୍ବାଇଁ, ଭଞ୍ଜନଗର ଇରିଗେସନ୍ ଡିଭିଜନର ଥିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଏ ମହାଶୟଙ୍କ ଠିକଣାରୁ ଭିଜିଲାନ୍ସ ଚଢଉରେ ମିଳିିଥିଲା ୮କୋଟି ୧୧ ଲକ୍ଷ ୩୮ ହଜାର ୬୧୪ କୋଟି ଟଙ୍କାର ସମ୍ପତ୍ତି। ଯେଉଁଥିରେ ରହିଥିଲା ୬ଟି ବହୁତଳ କୋଛଠା, ୬ଟି ଚଢା ମୂଲ୍ୟର ପ୍ଲଟ୍ ଓ ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଡିପୋଜିଟ୍ ସହ ୨୦୦ ଗ୍ରାମ୍ ସୁନା ଆଉ ଆହୁରି ଅନେକ।

ତାରା ପ୍ରସାଦ ମିଶ୍ର, ଭୁବନେଶ୍ବର ରୋଡ୍ ଓ ବିଲଡିଂ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ଥିବା ଏହି ବାବୁଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଯାଇଥିଲେ ଭିଜିଲାନ୍ସ ଅଧିକାରୀ। ଭୁବନେଶ୍ବର, ଝାରସୁଗୁଡ଼ା ଓ ରାଞ୍ଚିରେ ୧୧ଟି ଦାମୀ ଫ୍ଲାଟ୍‍ ସହ ଭୁବନେଶ୍ବରରେ ଏକ ୪ ମହାଲା କୋଠା, ୭ଟି ପ୍ଲଟ୍‍ ୩ କୋଟି ଟଙ୍କାର ଜମା ଓ ଅଢଇ କେଜି ସୁନା ସମେତ ୭କୋଟି, ୨୭ ଲକ୍ଷ, ୪୯ ହଜାର ୨୧୫ ଟଙ୍କାର ସମ୍ପତ୍ତ ଠାବ କରିଥିଲା ଭିଜିଲାନ୍ସ। ଗତ ୪ ମାସରେ ଦୁର୍ନୀତି ନିବାରଣ ବିଭାଗ ଏହିପରି ୧୨୩ ଜଣ ସରକାରୀ ବାବୁଙ୍କ ବିରୋଧରେ ୮୮ ଟି ମାମଲା ରୁଜୁ କରିଛି। ତେବେ ଇଏ ମାତ୍ର ଟ୍ରେଲର ଆଗକୁ ପୂରା ପିକଚର ବାକି ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଦୁର୍ନୀତି ଖୋର ଅଧିକାରୀଙ୍କ ଚେତାବନୀ ଦେଇଛନ୍ତି ସିଏମ୍। କହିଛନ୍ତି ଆମ ସରକାରରେ ଦୁର୍ନୀତି ଖୋରଙ୍କ ସ୍ଥାନ ନାହିଁ। ଦୁର୍ନୀତି ଖୋରଙ୍କୁ ମୂଳ ଉତ୍ପାଟନ କରି ବଙ୍ଗୋପସାଗରେ ଫିଙ୍ଗିବାକୁ ଭିଜିଲାନ୍ସ ଅଧିକାରୀଙ୍କୁ ଦେଇଉଛନ୍ତି ଆହ୍ବାନ। ଏଥିସହ ପୂର୍ବ ସରକାରରେ ଦୁର୍ନୀତି କିଭଳି ନୀତିରେ ପରିଣତ ହୋଇଥିଲା ତାର ଉଦାହରଣ ଦେଇ କରିଥିଲେ ଟାର୍ଗେଟ୍।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେପି ସରକାରରେ ଖାଲି ଭିଜିଲାନ୍ସ ମାମଲା ରୁଜୁ କରି ବସିପଡିନି। ଦୁର୍ନୀତିଖୋରଙ୍କ ବିରୋଧରେ ଦଣ୍ଡବିଧାନ ହାର ନବୀନ ସରକାର ତୁଳନାରେ ୫୦ ପ୍ରତିଶତ ବୃଦ୍ଧି ପାଇଛି। ଗତ 4ମାସ ମଧ୍ୟରେ 32ଟି ମାମଲାରେ 6ଜଣ କ୍ଲାସ ୱାନ ଅଫିସର ଏବଂ 5ଜଣ କ୍ଲାସ ଟୁ ଅଫିସରଙ୍କୁ ମିଶାଇ 40ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି |

ବିଜେଡି ସରକାରରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ ପିସି କାରବାରକୁ ଗତ ନିର୍ବାଚନରେ ବଡ଼ ପ୍ରସଙ୍ଗ ବନାଇଥିଲା ବିଜେପି। ଏନେଇ କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯାଏ ବିଭିନ୍ନ ନିର୍ବାଚଚନୀ ସଭାରେ ବିଜେଡି ସରକାରକୁ କରିଥିଲେ ବାରମ୍ବାର ପ୍ରହାର। ଦୁର୍ନୀତିଖୋରଙ୍କୁ ଦଣ୍ଡଦେବା ପ୍ରକ୍ରିୟାକୁ  ଆହୁରି ତ୍ବରାନ୍ବିତ କରିବା ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ । ଭିଜିଲାନ୍ସ ବିଭାଗରେ ନିୟୋଜିତ ହେବେ 8 ଜଣ ଏସପି, 8 ଜଣ ଅତିରିକ୍ତ ଏସପି, 24 ଜଣ ଡିଏସପି ଓ 16 ଜଣ ଏସଆଇ । ତଦନ୍ତରେ ସହଯୋଗ ଲାଗି ନିୟୋଜିତ ହେବେ 24 ଜଣ ସାଇବର ଏକ୍ସପର୍ଟ, ଚାଟାର୍ଡ ଅକାଉଣ୍ଟାଣ୍ଟ ଓ ବ୍ୟାଙ୍କ ଏକ୍ସପର୍ଟ । 135 ମୋଟର ସାଇକେଲ, 160 ଡେସ୍କଟପ/ଲ୍ୟାପଟପ ଯୋଗାଇ ଦିଆଯିବ । ଓଡିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ପ୍ରଶ୍ନ ଉଠୁଛି ବିଜେପି ସରକାରର ଦୁନୀତି ବିରୋଧୀ ଅଭିଯାନ କେବଳ ସରକାରୀ ବାବୁମାନଙ୍କ ମଧ୍ୟରେ ସୀମିତ ରହିବ ନା ନେତାମାନଙ୍କର ବି ଦୁର୍ନୀତିର ଚିଠା ବି  ଖୋଲିବ ଭିଜିଲାନ୍ସ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
Vigilance cases were filed against 123 people in 4 months | Argus News