Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆୟ ବହିଭୂର୍ତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

Ritu Das
Browse all articles by Ritu Das
·1 year ago·1 min read
ଆୟ ବହିଭୂର୍ତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଅର୍ଗସ ବ୍ୟୁରୋ: ଗିରଫ ହେଲେ ଅବସରପ୍ରାପ୍ତ କୋଟିପତି ଯନ୍ତ୍ରୀ ତାରା ପ୍ରସାଦ ମିଶ୍ର । ଆୟ ବହିଭୂର୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି । ଗତକାଲି ତାରା ପ୍ରସାଦଙ୍କର ବିଭିନ୍ନ ଠିକଣାରେ ଭିଜିଲାନ୍ସ ଏକକାଳୀନ ରେଡ୍ କରିଥିଲା । ଭୁବନେଶ୍ବର ସ୍ଥିତ ନୟାପଲ୍ଲୀ ଆପାର୍ଟମେଣ୍ଟରୁ ପୁଳୁ ପୁଳା ଟଙ୍କା, ସୁନା, ରୂପା ଏବଂ ହୀରା ଜବତ ହୋଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଗିରଫ ପରେ ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ।

ଜଣେ ସରକାରୀ କର୍ମଚାରୀ ହୋଇ ନିଜ ଚାକିରି କାଳ ଭିତରେ କେମିତି ଏତେ ଟଙ୍କା କମାଇଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ତାରାଙ୍କର ୧୦ଟି ମହଙ୍ଗା ଫ୍ଲାଟ୍, ୭ଟି ଦାମୀ ପ୍ଲଟ୍, ସୁନା ଅଢେଇ କିଲୋ, ହୀରା ୩୭୦ ଗ୍ରାମ୍, ୨.୭୦ କୋଟିରୁ ଅଧିକ ଜମା ଟଂକା, ନଗଦ ୬ ଲକ୍ଷ ଟଙ୍କା, ମର୍ସିଡିଜ୍ ବେଞ୍ଜ ସମେତ ୨ଟି ବିଳାସପୂର୍ଣ୍ଣ କାର୍ ଆଦି ଜବତ ହୋଇଛି । ଏହା ଆୟ ବହିର୍ଭୂତ ସମ୍ପତ୍ତି ବୋଲି ଜଣାପଡ଼ିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance has | Argus News