ସାଲେପୁର RW ସବ୍ଡିଭିଜନ ଆସିଷ୍ଟାଣ୍ଟ ଇଂଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍
·2 years ago

ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର୍ । ସାଲେପୁର RW ସବ୍ଡିଭିଜନ ଆସିଷ୍ଟାଣ୍ଟ ଇଂଜିନିୟର୍ ଅର୍ଜ୍ଜୁନ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ରେଡ୍ କରାଯାଇଛି । ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଭୁବନେଶ୍ବରରେ ଚାଲିଛି ରେଡ୍ । ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୮ ଡିଏସପି, ୮ ଇନିପେସ୍ପେକ୍ଟରଙ୍କ ସମେତ ୭ ଏଏସଆଇ ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ।
ଭୁବନେmDYର ଖଣ୍ଡଗିରି ବିହାରରେ ଅଛି ତିନି ମହଲା ଘର। ଡେରାବିଶି ସଦାନନ୍ଦପୁରରେ ଅଛି ଦୁଇ ମହଲା ଘର। କେନ୍ଦ୍ରାପଡା ବଳରାମପୁର ଭଡ଼ା ଘରେ ଚଢ଼ାଉ ହୋଇଛି। ସାଲେପୁର ସରକାରୀ ବାସଭବନ ଏବଂ କେନ୍ଦ୍ରାପଡା ରାଇପୁରରେ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ହେଉଛି। କେନ୍ଦ୍ରାପଡା ବଡ଼ହାଟରେ ତାଙ୍କର ସହଯୋଗୀଙ୍କ ଏବଂ କେନ୍ଦ୍ରାପଡାରେ ଅନ୍ୟ ଜଣେ ଘନିଷ୍ଠ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉଜାରି ରହିଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: