CT & GST ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ରେଡ୍
·1 year ago

ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଯାଜପୁର CT & GST ଆସିଷ୍ଟାଣ୍ଟ କମିଶନର । CT & GST ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ, ଭୁବନେଶ୍ବର ଓ କେନ୍ଦ୍ରାପଡା ସମେତ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । 5.85 ଲକ୍ଷ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ହୋଇଛି ଚଢ଼ାଉ । କଟକ କଲ୍ୟାଣୀ ନଗରସ୍ଥିତ ଘର, ସମ୍ପର୍କୀୟଙ୍କ ଘର, ନୂଆପଡା ସ୍ଥିତ ପୈତୃକ ଘର, ଲିଙ୍ଗିପୁର ସ୍ଥିତ ଦୁଇମହଲା ଫ୍ଲାଟ, କେନ୍ଦ୍ରାପଡା ଅଫିସରେ ଯାଞ୍ଚ କରୁଛି ଭିଜିଲାନ୍ସ । ରେଡରେ ୪ ଜଣ ଡ଼ିଏସପିଙ୍କ ସମେତ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: