Videos
|
Odisha

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚାଲିଛି ରେଡ୍‌

Ritu Das
Browse all articles by Ritu Das
·2 years ago
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚାଲିଛି ରେଡ୍‌

ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଲୋୟର ଶୁକତେଲ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଞ୍ଜିନୟର ସୁନୀଲ କୁମାର ରାଉତଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଭୁବନେଶ୍ବର ସମେତ ମୋଟ 9ଟି ସ୍ଥାନରେ ଏକ କାଳିନ ଚଢ଼ାଉ କରିଛି ଭିଜିଲାନ୍ସ। 

ଭୁବନେଶ୍ବର ନୀଳାଦ୍ରି ବିହାରରେ ଥିବା ତିନି ମହଲା ଘର, ନୟାପଲିରେ ଦୁଇମହଲା ଘର, ପୁରୀ ଭିଆଇପି ରୋଡ଼ରେ ଥିବା ଏକ ଫ୍ଲାଟ, ପୁରୀ ଗ୍ରାଣ୍ଡ ରୋଡ଼ରେ ଆଉ ଏକ ଫ୍ଲାଟ, କଟକରେ ପୈତୃକ ଘର, ନୟାପଲ୍ଲିରେ ସମ୍ପର୍କୀୟଙ୍କ ଘର, ବଲାଙ୍ଗୀର ବାସଭବନ ସମେତ ବଲାଙ୍ଗୀର ଅଫିସରେ ଖୋଳ ତାଡ କରୁଛି ଭିଜିଲାନ୍ସ ଟିମ । ରେଡ୍‌ରେ ଦୁଇଜଣ ଅତିରିକ୍ତ ଏସ୍ପି, 8ଜଣ ଡ଼ିଏସପି, 6ଜଣ ଇନସିପେକ୍ଟର, 10ଜଣ ଏଏସଆଇ ସାମିଲ ଅଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Vigilance Raid is | Argus News