ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡ଼ିଓ , ୮ ଟି ସ୍ଥାନରେ ଏକାବେଳେ ଚଢାଉ
·1 year ago

ଅର୍ଗସ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡ଼ିଓ । ବିଡ଼ିଓ ପ୍ରଦୀପ କୁମାର ସାହୁଙ୍କ ଭୁବନେଶ୍ୱର, ଖୋର୍ଦ୍ଧା,ନୟାଗଡ଼, ଆଠଗଡ଼ ରେ ଏକକାଳୀନ ୮ ଟି ସ୍ଥାନରେ ଚଢ଼ାଉ କରାଯାଉଛି । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଭୁବନେଶ୍ୱର ଗୌତମ ନଗରରେ ଥିବା ଶ୍ରୀ କନକ୍ଲେଭ ଆପାର୍ଟମେଣ୍ଟ ର ଦ୍ୱିତୀୟ ମହଲାରେ ଥିବା ଘର, ଖୋର୍ଦ୍ଧା ଭଲିଆବାଡ଼ିରେ ଥିବା ବିଲ୍ଡିଂ, ରାଜସୁନାଖଳାରେ ଥିବା ୩ ମହଲା କୋଠା ଓ ଅନ୍ୟ ଏକ କୋଠା, ରାଜସୁନାଖଳାରେ ଥିବା ପୈତୃକ ଘର, ଖୋର୍ଦ୍ଧା ପିଚୁକୁଳି ରେ ଥିବା ସମ୍ପର୍କୀୟ ଙ୍କ ଘର, ଆଠଗଡ଼ ରେ ଥିବା ଅଫିସ, କ୍ବାର୍ଟର ଆଦି ସ୍ଥାନରେ ରେଡ଼ ଚାଲିଛି ।
ଅଧିକ ପଢନ୍ତୁ : OBCC ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ ଗିରଫ
୬ ଜଣ ଡ଼ିଏସପି ଙ୍କ ନେତୃତ୍ବରେ ୬ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଓ ଅନ୍ୟ ଷ୍ଟାଫ ଚଢ଼ାଉ ଜାରି ରଖିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: