Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଯନ୍ତ୍ରୀଙ୍କର ଅମାପ ସମ୍ପତ୍ତି; ଭୁବନେଶ୍ୱରେ 7ଟି, ଝାରସୁଗୁଡାରେ 3ଟି ଫ୍ଲାଟ୍

Odisha

ଯନ୍ତ୍ରୀଙ୍କର ଅମାପ ସମ୍ପତ୍ତି; ଭୁବନେଶ୍ୱରେ 7ଟି, ଝାରସୁଗୁଡାରେ 3ଟି ଫ୍ଲାଟ୍

Smruti Parija
Browse all articles by Smruti Parija
·1 year ago·1 min read
ଯନ୍ତ୍ରୀଙ୍କର ଅମାପ ସମ୍ପତ୍ତି; ଭୁବନେଶ୍ୱରେ 7ଟି, ଝାରସୁଗୁଡାରେ 3ଟି ଫ୍ଲାଟ୍

ଅର୍ଗସ ବ୍ୟୁରୋ: କୁବେର ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି R&Bର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର । ବାସଭବନ ସମେତ ପୈତୃକ ଘରେ ଚଢାଉ କରୁଛି ଭିଜିଲାନ୍ସ । ଭୁବନେଶ୍ବର, କଟକ ଓ ଝାରସୁଗୁଡ଼ା ସମେତ 9ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ଭୁବନେଶ୍ବରର ନୟାପଲ୍ଲୀ ଆପାର୍ଟମେଣ୍ଟ ଘର, କସମୋପଲିସରେ ଦୁଇଟି ଫ୍ଲାଟ୍, ଝାରସୁଗୁଡ଼ା ଆଶିଆନା ଆପାର୍ଟମେଣ୍ଟରେ 3ଟି ଫ୍ଲାଟ୍ ଓ କଟକ ଆଠଗଡ଼ ପୈତୃକ ବାସଭବନ ଓ କଟକ ତିଗରିହାର ସଂପର୍କୀୟଙ୍କ ଘରେ ଏହି ଚଢାଉ ଜାରି ରଖିଛି ଟିମ୍ ।

ଭୁବନେଶ୍ବର ଫ୍ଲାଟରୁ 93 ହଳ ବ୍ରାଣ୍ଡେଡ୍ ଜୋତା, ହୀରା ଅଳଙ୍କାର ସହ ୩ କେଜିରୁ ଅଧିକ ସୁନା, ୨ କେଜି ଅଧିକ ରୂପା ଅଳଙ୍କାର ସହ କଏନ୍ ଓ ଟଙ୍କା ଜବତ ହୋଇଛି । ବାବୁଙ୍କର ୬ରୁ ୭ଟି ନାମୀଦାମୀ ଗାଡି ରହିଛି । ବିଦେଶ ବୁଲାରେ ସଉକ ରଖୁଥିଲେ ବାବୁ । ଘରେ ଭର୍ତ୍ତି ହୋଇଛି ବିଦେଶୀ ମୁଦ୍ରାଠୁ ଆରମ୍ଭ କରି ଦାମୀ ଜିନିଷ । ଏହି ଚଢାଉରେ ଭିଜିଲାନ୍ସ ଟିମରେ 12 ଜଣ ଡିଏସପି, 12 ଜଣ ଇନ୍ସପେକ୍ଟର, 16 ଜଣ ଏଏସଆଇ ଅଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Vigilance raid on Former R&B chief engineer: 1.5 kg gold, Rs 2.7 crore bank deposits, multiple flats and plots detected | Argus News