Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୋଲୁଛି କୁବେର ବାବୁଙ୍କ ଗୁମର , ଘରୁ ୧୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଖୋଲୁଛି କୁବେର ବାବୁଙ୍କ ଗୁମର , ଘରୁ ୧୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ

ଅର୍ଗସ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପଡ଼ିବା ପରେ ଖୋଲୁଛି କୁବେର ବାବୁଙ୍କ ଗୁମର । ସାମ୍ନାକୁ ଆସିଛି ବ୍ରହ୍ମପୁର ଡିଭିଜନର ଷ୍ଟେଟ୍ ପୋଲିସ୍ ହାଉସିଂ ୱେଲଫେୟାର କର୍ପୋରେସନର DGMଙ୍କ ଆଖି ଖୋସିଲା ପରି ସମ୍ପତ୍ତି । ଘରୁ ପୁଳା ପୁଳା ଟଙ୍କା ସହ ସୁନା ଅଳଙ୍କାର ଠାବ ହୋଇଛି । କଳାଟଙ୍କାର ଗାଦିରେ ବସିଥିଲେ ବାବୁ । କୁବେର ବାବୁ ସୁବାସ ଚନ୍ଦ୍ର ପଣ୍ଡା ସେୟାର ବଜାରରେ ନିବେଶ କରିଥିଲେ 89 ଲକ୍ଷ 53 ହଜାର 694 ଟଙ୍କା । ବ୍ୟାଙ୍କ ଜମା 25 ଲକ୍ଷ 48 ହଜାର 699 ଟଙ୍କା ଠାବ ହୋଇଛି ।

ଅଧିକ ପଢନ୍ତୁ : IDCO ର ଜୁନିୟର ମ୍ୟାନେଜର ଙ୍କ ଘରେ ଭିଜିଲାନ୍ସ ଚଢ଼ଉ

କଳାବ୍ୟାଗ୍ ଭିତରେ 10 ଲକ୍ଷ ଟଙ୍କା ପୁରାଇ ପଡୋଶୀ ଘର ଛାତକୁ ଫୋପାଡ଼ିଥିଲେ ବାବୁ । ଯାହାକୁ ଜବତ କରିଛି ଭିଜିଲାନ୍ସ । ମୋଟ ତାଙ୍କ ଘରୁ 13 ଲକ୍ଷରୁ ଅଧିକ ନଗଦ ଟଙ୍କା ସହ 1 କେଜିରୁ ଅଧିକ ସୁନା ଅଳଙ୍କାର ଠାବ ହୋଇଛି । ଘରୁ ଦାମୀ ଘଣ୍ଟା ସାଙ୍ଗକୁ ୧୦ରୁ ଅଧିକ ଦାମୀ ମୋବାଇଲ୍ ଜବତ ହୋଇଛି । ଗୋଟିଏ ଚାରି ଚକିଆ ବେନାମୀ କାର ଠାବ । ଭୁବନେଶ୍ବରର ପ୍ରାଇମ୍ ଲୋକେସନ୍ ଜାଗମରାରେ ଗୋଟିଏ, ଆଇଗିଣିଆରେ ଦୁଇଟି, ମଞ୍ଚେଶ୍ବରରେ ଗୋଟିଏ ମୋଟ୍ 4ଟି ଦାମୀ ପ୍ଲଟ୍ ରହିଛି । ପତ୍ନୀଙ୍କୁ 1 କୋଟିରୁ ଅଧିକ ଟଙ୍କାର ଜମି ବିକ୍ରି କରିଥିଲେ ବାବୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
vigilance raid on subash chandra panda's house | Argus News