Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

vigilance Raid / ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

Bikash Mohanty
Browse all articles by Bikash Mohanty
·3 months ago·2 min read
ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌
Raid

Key Points

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ 
ଅତିରିକ୍ତ ମୁଖ୍ୟଯନ୍ତ୍ରୀ  ରାଜେଶ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କରୁଛି ରେଡ୍‌
ଭୁବନେଶ୍ବର ଘର ସମେତ ୬ଟି ସ୍ଥାନରେ ରେଡ୍‌ କରିଛି ଭିଜିଲାନସ
ଭୁବନେଶ୍ବର ୦୮/୦୪: ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ । ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ  ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ। ସେଣ୍ଟ୍ରାଲ ଇରିଗେସନ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଯନ୍ତ୍ରୀଙ୍କ ଭୁବନେଶ୍ବର ଜଗନ୍ନାଥ ବିହାର ସ୍ଥିତ ଘର ସମେତ ୬ଟି ସ୍ଥାନରେ ରେଡ୍‌ କରିଛି ଭିଜିଲାନସ। ଭୁବନେଶ୍ବର ସହ କଟକ, ଯାଜପୁର, ଢେଙ୍କାନାଳ ଆଦି ୬ଟି ସ୍ଥାନରେ ରେଡ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କରୁଛି ରେଡ୍‌। ରେଡ୍‌ରେ ସାମିଲ ଅଛନ୍ତି ଜଣେ ASP, ୧୧ DSP, ୯ ଇନ୍ସିପେକ୍ଟର, ୮ ASI

ପୁର୍ବରୁ ଭିଜିଲାନ୍ସ ପଞ୍ଝାରେ ପଡ଼ି ଜେଲ ଯାଇଛନ୍ତି ଭଞ୍ଜନଗର ଡ଼ହ ଜଳଭଣ୍ଡାରର ଏସ୍‌ଡିଓ ପଞ୍ଚୁ ବେହେରା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଇରିଗେସନ୍ ଡିଭିଜନ ଅଧୀନ ଡ଼ହ ଇରିଗେସନ୍ ଉପଖଣ୍ଡରେ କାର୍ଯ୍ୟରତ ଏସ୍‌ଡିଓ ପଞ୍ଚୁ ବେହେରାଙ୍କ ଅଫିସ୍ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଥିଲା। ଚଢାଉ କରି ୧୮ ଲକ୍ଷ ୯୦ ହଜାର ଟଙ୍କା ନଗଦ ଜବତ କରିଥିଲା ଭିଜିଲାନ୍ସ। ମଲ୍ଟି-ଷ୍ଟୋର୍ ବିଲ୍ଡିଂ ଓ ୫ଟି ମୂଲ୍ୟବାନ ପ୍ଲଟ ବି ଠାବ କରିଥିଲା ଭିଜିଲାନ୍ସ। ଏସ୍‌ଡିଓ ପଞ୍ଚୁ ବେହେରା ପ୍ରମୁଖ ସ୍ଥାନରେ ଜମି | ତା’ ସହ ୩ ମହଲା କୋଠା | ପତ୍ନୀଙ୍କ ନାଁରେ ଜେସିବି ଓ ମିକ୍ସର ମେସିନ୍। ନିଜେ ଚଢ଼ୁଥିଲେ ହ୍ୟୁଣ୍ଡାଇ ଆଇ-୨୦ ଦାଣ୍ଡରେ ଥିଲା ୩ଟି ଦୁଇଚକିଆ | କିଣିଥିଲେ ସୁନା ବିସ୍କୁଟ୍ ଓ କଏନ୍ ହେଲେ ବାବୁଙ୍କ ଦରମା ମୋଟ ୧୪ ହଜାର ଛୁଇଁନି ।

ପଢନ୍ତୁ ଏହି ଖବର: ଦୁର୍ଦ୍ଧାନ୍ତ ଅପରାଧି ରାଜା ସାହାଣୀକୁ ଧରା ପକାଇଲା ଗୋଟିଏ ଫଟୋ


ଏବେ ଆକ୍ସନ ମୋଡରେ ଭିଜିଲାନ୍ସ। ଭିଜିଲାନ୍ସ ଦ୍ବାରା ଜାନୁଆରି ୨୦୨୩ ଠାରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ ହୋଇଛି । ୩୩୭ଟି ମାମଲାରେ ଦଣ୍ଡ ବିଧାନ କରାଯାଇଛି । ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମ୍ପତ୍ତି ସରକାର ବ୍ୟାଜ୍ୟାପ୍ତି କରିଛନ୍ତି। ବ୍ୟାଜ୍ୟାପ୍ତି ହୋଇଥିବା ସଂପତ୍ତିକୁ ଲୋକଙ୍କ କାର୍ଯ୍ୟରେ ବ୍ୟବହାର କରାଯାଇଛି । ଗୋଟିଏ ସରକାରୀ ଉଦ୍ୟାନ କୃଷି ନର୍ସରୀ, ଗୋଟିଏ ସାର୍ବଜନୀନ ହୋମିଓପାଥ୍‌କ ଡିସପେନସାରୀ, ତିନୋଟି ଅଙ୍ଗନୱାଡି କେନ୍ଦ୍ର, ଗୋଟିଏ କାର୍ଯ୍ୟରତ ମହିଳା ଛାତ୍ରାବାସ, ଗୋଟିଏ ଉପ ଡାକଘର ଭାବେ ବ୍ୟବହାର ହେଉଛି । ୨୨ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଙ୍କ ଠାରୁ ୪୦ କୋଟି ୮୪ ଲକ୍ଷ ୬୭ ହଜାର ଟଙ୍କା ଜବତ ହୋଇଛି। ସରକାରୀ କୋଷାଗାରରେ ୩୨ଲକ୍ଷ୫୦ହଜାର ୮୪୪ ଟଙ୍କା ନଗଦ ଜମା କରାଯାଇଛି ବୋଲି ବିଧାନସଭାରେ କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
vigilance Raid | vigilance Raid | vigilance Raid | Vigilance Raid on Additional Chief Engineer Rajesh Mohanty Over Disproportionate Assets | Argus News