Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌

Smruti Parija
Browse all articles by Smruti Parija
·1 year ago·1 min read
ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର: ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ରେଡ୍‌ ହେଉଥିବା ରହିଛି ସୂଚନା । ସକାଳୁ ସକାଳୁ ରେଡ଼ କରୁଛି ଆୟକର ବିଭାଗ । ଅନୁଗୁଳ ତାଳଚେର ମାଇନ୍ସର ଡେପୁଟି ଡାଇରେକ୍ଟର ଅଛନ୍ତି ଧରଣୀଧର । ପୁଳା ପୁଳା ଟଙ୍କା ଜବତ କରାଯାଇଛି । ଦାମୀ ଘଣ୍ଟା, ସୁନା ଅଳଙ୍କାର, ରୁପା ସାମଗ୍ରୀ ଜବତ ହୋଇଛି। 

୫ ଲକ୍ଷ ୫୮ ହଜାର ୮୨୦ ଟଙ୍କା ଜବତ। ଆପାର୍ଟମେଂଟର ମୂଲ୍ୟ ପାଖା ପାଖି ଦେଢ଼ କୋଟି ଟଙ୍କା ଏବଂ ଫର୍ନିଚର ୫୦ ଲକ୍ଷ ଟଙ୍କାର ବୋଲି କୁହାଯାଇଛି । ଜଟଣୀ ନିକଟରେ ଥିବା କଣ୍ଟିଲୋ ଘରର ମୂଲ୍ୟ ୫୫ ଲକ୍ଷ ବୋଲି ସୂଚନା ମିଳିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ୍‌ କରୁଛି ଭିଜିଲାନ୍ସ । କେନ୍ଦୁଝର, ତେଲକୋଇ ଓ ତାଳଚେରର ୪ଟି ସ୍ଥାନରେ ଚାଲିଛି ରେଡ୍‌ । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance raids at the house of Talcher Deputy Director of Mines | Argus News