Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

Arpita Mohanty
Browse all articles by Arpita Mohanty
·2 years ago·1 min read
କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

ଅର୍ଗସ ବ୍ୟୁରୋ : ଗତକାଲି ମାଲକାନଗିରି ସେଚାଞ୍ଚଳ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କୁ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ କରିଥିଲେ ଭିଜିଲାନ୍ସ । ମାଲକାନଗିରି ସମେତ ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାର ୭ ଟି ଜାଗାରେ ଚଢ଼ାଉ ହୋଇଥିଲା । କନିଷ୍ଟ ଯନ୍ତ୍ରୀଙ୍କ ମାଲକାନଗିରି ବାସଭବନରୁ ଏକ ଲକ୍ଷ 43 ହଜାର ନଗଦ ଟଙ୍କା ଜବତ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଦଶ ହଜାର ସ୍କୋୟାର ଫିଟର ତିନି ମହଲା ବିଲ୍ଡିଂଗ , ଭୁବନେଶ୍ୱର ରଘୁନାଥପୁରରେ 2 bhk ର ଫ୍ଲାଟ , ଜଳେଶ୍ୱର ସହରରେ 14 ଟି ପ୍ଲଟ , ଗୋଟିଏ ହୋଣ୍ଡା ସିଟି କାର, ଦୁଇଟି ବାଇକ ,14 ଲକ୍ଷ ଟଙ୍କାର ସୁନା ଗହଣା ଜବତ କରିଛି ଭିଜିଲାନ୍ସ । 

ଚଢ଼ାଉରେ ଭିଜିଲାନ୍ସର 7 ଟି ଟିମ ନିୟୋଜିତ ଥିବା ବେଳେ ଜଣେ ଆଡିସନାଲ ଏସପି , ତିନି ଡ଼ିଏସପି ଏବଂ 8 ଜଣ ଇନିସ୍ପେକ୍ଟର ନିୟୋଜିତ ଥିଲେ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance raid | Argus News