Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିଆରା ଢଙ୍ଗରେ ବିଜୟ ଦଶମୀ ପାଳିତ ହୋଇଛି

Odisha

ନିଆରା ଢଙ୍ଗରେ ବିଜୟ ଦଶମୀ ପାଳିତ ହୋଇଛି

Banajyotshna Ray
Browse all articles by Banajyotshna Ray
·1 year ago
ନିଆରା ଢଙ୍ଗରେ ବିଜୟ ଦଶମୀ ପାଳିତ ହୋଇଛି

ଅର୍ଗସ ବ୍ୟୁରୋ:  ବାସୁଦେବପୁର ବ୍ଲକର ବ୍ରାହ୍ମଣଗାଁ ଠାରେ ନିଆରା ଢଙ୍ଗରେ ବିଜୟ ଦଶମୀ ପାଳିତ କରାଯାଇଛି । ଦୀର୍ଘ 500 ବର୍ଷରୁ ଅଧିକ ବର୍ଷ ଧରି ପରମ୍ପରାକୁ ବଜାୟ ରଖିଛି ସାର୍ବଜନୀନ ମାଆ ଦୁର୍ଗା ପୂଜା କମିଟି । ପରମ୍ପରା ଅନୁସାରେ ବାସୁଆ ବଳଦ ଦୌଡ଼ କରାଯାଇଥିଲା। ଯାହାକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଲାଗିଥିଲା। ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକର ବଙ୍ଗାଳି ପାଟଣାରୁ ଏହି ବାସୁଆ ବଳଦ ବ୍ରାହ୍ମଣୀ ଗାଁକୁ ଆସିଥାଏ ଦୌଡ଼ ପାଇଁ । ପ୍ରଥମେ ବାସୁଆ ବଳଦ ଆସିବା ପରେ ପ୍ରଭୁ ବୁଢା ମହାଦେବଙ୍କ ନିକଟରେ ଅଭିର ଲାଗି କରାଯାଇଥାଏ । ପରେ ପୂଜାର୍ଚ୍ଚନା କରାଯାଏ । ଏହା ପରେ ଏହି ବାସୁଆ ବଳଦ ଯୋଡିଙ୍କ ମଧ୍ୟରେ ଦୌଡ଼ ପ୍ରତିଯୋଗିତା କରାଯାଇଥାଏ । ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଚଳରୁ ହଜାର ହଜାର ଲୋକଙ୍କ ଭିଡ଼ ଲାଗିଥିଲା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Vijayadashami is brought up in a unique way | Argus News