Videos
|
Odisha

 ବିଭିନ୍ନ ଶକ୍ତି ପୀଠ ବୁଲି ପୂଜାର୍ଚ୍ଚନା କଲେ ମୃଦୁଳା ଠାକୁର ପ୍ରଧାନ

Manini Pattanayak
Browse all articles by Manini Pattanayak
·2 years ago
 ବିଭିନ୍ନ ଶକ୍ତି ପୀଠ ବୁଲି ପୂଜାର୍ଚ୍ଚନା କଲେ ମୃଦୁଳା ଠାକୁର ପ୍ରଧାନ

ଅନୁଗୁଳ:  ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଶକ୍ତି ପୀଠ ବୁଲି ପୂଜାର୍ଚ୍ଚନା କରିଛନ୍ତି ବିକାଶ ଫାଉଣ୍ଡେସନ୍ ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ। ଅନୁଗୋଳ ଜିଲ୍ଲାର ତଳମୁଳଠାରେ ଥିବା ଦୁର୍ଗା ମାଧବ ମନ୍ଦିର ପରିଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି। ସେଠାରେ ଗ୍ରାମବାସୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେବା ସହିତ ଗାଁର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇଥିଲେ।

ଏହାପରେ ସେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଥିବା ଅମ୍ବିଠି ବନ ଦୂର୍ଗାଙ୍କ ମନ୍ଦିରକୁ ଯାଇଥିଲେ I ସେଠାରେ ହିନ୍ଦୋଳ ବିଧାୟୀକା ସୀମାରାଣୀ ନାୟକ ସ୍ଵାଗତ କରିଥିଲେ।  ମୃଦୁଳା ଠାକୁର ପ୍ରଧାନଙ୍କ ସହିତ ଅନୁଗୋଳ ବିଧାୟକ ପ୍ରତାପ ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ଥି ବେହେରା, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ଓ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଉପସ୍ଥିତ ଥିଲେ I

ଅଧିକ ପଢନ୍ତୁ ଓଡ଼ିଶା ଖବର  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Vikas Foundation Chairperson Mridula Thakur Pradhan visited various Shakti Pithas of Angul and Dhenkanal districts. | Argus News