Sea Erosion / ସମୁଦ୍ର ଆଁରେ ଲୀନ ହେବ ଗାଁ ! ବିପଦରେ ଗ୍ରାମବାସୀ
·1 hour ago·2 min read

Key Points
ସମୁଦ୍ର ଆଁରେ ଲୀନ ହେବ ଗାଁ !
ବିପଦରେ ଆର୍ଯ୍ୟପଲ୍ଲୀ ଗ୍ରାମବାସୀ
ପୂର୍ବରୁ ୩ କି.ମି. ଦୂରରେ ଥିଲା ସମୁଦ୍ର
ଏବେ ମାତ୍ର ୧୦ ମିଟର ଦୁରରେ ରହିଛି ସମୁଦ୍ର
ବିପଦରେ ଆର୍ଯ୍ୟପଲ୍ଲୀ ଗ୍ରାମବାସୀ
ପୂର୍ବରୁ ୩ କି.ମି. ଦୂରରେ ଥିଲା ସମୁଦ୍ର
ଏବେ ମାତ୍ର ୧୦ ମିଟର ଦୁରରେ ରହିଛି ସମୁଦ୍ର
ଛତ୍ରପୁର ୯।୮:କୁଳ ଲଙ୍ଘୁଛି ସମୁଦ୍ର। ଗାଁକୁ ଧିରେ ଧିରେ ଗିଳୁଛି ସମୁଦ୍ର। ଦୈନିକ ଜଳପତ୍ତନ ବୃଦ୍ଧି ହେବା ସହ ଜଳବାୟୁର ପରିବର୍ତ୍ତନ ଯୋଗୁ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳଭାଗକୁ ମାଡିଆସୁଛି । ଯାହା ଫଳରେ ସମୁଦ୍ର କୂଳ ଦିନକୁ ଦିନ ଲଂଘୁଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଗାଁ ସମୁଦ୍ର କୂଳ ନିକଟରେ ରହିଥିବା ଯୋଗୁଁ ସମୁଦ୍ର ଦୈନିକ କୂଳ ଲଙ୍ଘୁଛି ଯାହାଫଳରେ ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ ରହିଛନ୍ତି ।
ଗାଁ ଠାରୁ ମାତ୍ର ୧୦ରୁ ୧୫ ମିଟର ଦୂରରେ ରହିଛି ସମୁଦ୍ର । ଭୟ ଆଉ ଆଶଙ୍କାରେ ଦୀନ କାଟୁଛନ୍ତି ଗ୍ରାମବାସୀ । ପ୍ରଶାସନ ତୁରନ୍ତ ବିହିତ ପଦକ୍ଷେପ ନେବାପାଇଁ ଦାବି କରିଛନ୍ତି ନଚେତ ଆସନ୍ତା ୧୦ ରେ ଗୋପାଳପୁର ବନ୍ଦର ଗେଟ୍ ସମ୍ମୁଖରେ ଆନ୍ଦୋଳନ କରାଯିବା ଚେତାବନୀ ଦେଇଛନ୍ତି ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି । ଏପରିକି ଆନ୍ଦୋଳନ ପାଇଁ ମେଳି ମଧ୍ୟ ବାନ୍ଧିଲେନି । ଏନେଇ ସମୁଦ୍ର ତଟ ନିକଟରେ ବୈଠକ ମଧ୍ୟ ସରିଛି ।
ଏହି ଆନ୍ଦୋଳନରେ ୩ ଖଣ୍ଡ ଗ୍ରାମବାସୀ ସାମିଲ ହେବେ ବୋଲି କୁହାଯାଇଛି । ୨୦୧୮ ମସିହାରେ ବ୍ରହ୍ମପୁର ସ୍ଥିତ ଆରଡିସିଙ୍କ କାର୍ଯ୍ୟାଳୟରେ ହୋଇଥିବା ଆରପିଡିଏସି ବୈଠକରେ ଗୃହିତ ନିଷ୍ପତ୍ତି ଗୁଡିକୁ କାର୍ଯ୍ୟକାରୀ କରିବା ଏବଂ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ କରିବା ଦାବି ହୋଇଛି । ଗୋପାଳପୁର ବନ୍ଦର ପାଇଁ ଆଜି ଗାଁ ଲୀନ ହେବାକୁ ଯାଉଛି, ଏନେଇ ପୋର୍ଟକୁ ସମୁଦ୍ର କୂଳରେ ପଥର ପକାଇବା କୁହାଯାଇଥିଲେ ବି ସମୁଦ୍ରକୁ ଶଙ୍ଖେ ପାଣି ଭଳି ପୋର୍ଟ କାମ କରୁଛି ବୋଲି କହିଥିଲେ । ତେଣୁ ଆନ୍ଦୋଳନ ଛଡା ଅନ୍ୟ କିଛି ଉପାୟ ନାହିଁ । ମରିବୁ ପଛେ ହଟିବୁ ନାହିଁ । ଏହି ଆନ୍ଦୋଳନରେ ୩ ଖଣ୍ଡ ଗ୍ରାମ ସାମିଲ ହେବେ ।
ପଢନ୍ତୁ ଏହି ଖବର: ରାତିରେ ବଦଳିଗଲା ଦୃଶ୍ୟ, ସକାଳେ ଘର ଆଗରେ ସମୁଦ୍ର ପାଣି
ଦିନେ ଏହି ସମୁଦ୍ର ଗ୍ରାମବାସୀ ମାନଙ୍କୁ ରୋଜଗାର ଦେଉଥିଲା କିନ୍ତୁ ଆଜି ଭିଟାମାଟିକୁ ସମୁଦ୍ର ଭିତରେ ଲୀନ ହେବାକୁ ବସିଲାଣି । ଆଖି ଆଗରେ ଗୋଟିଏ ପରେ ଗୋଟିଏ ରାସ୍ତା, ମନ୍ଦିର, ସେଡ ଆଦି ସମୁଦ୍ର ଗର୍ଭରେ ଲୀନ ହେଉଛି । ଦିନେ ସମୁଦ୍ରରୁ ଗାଁ ୩ କିଲୋମିଟର ରହିଥିବା ବେଳେ ଏବେ ଆଉ ମାତ୍ର ୧୦ ରୁ ୧୫ ମିଟର ଦୂରତା । ସମୁଦ୍ର କୂଳ ଲଘିଂବା ଦ୍ୱାରା ସାନ ଆର୍ଯ୍ୟପଲ୍ଲୀ,ବଡ ଆର୍ଯ୍ୟପଲ୍ଲୀ ଓ କେ.ଆର୍ଯ୍ୟପଲ୍ଲୀ ବିପଦରେ ରହିଛି । ଏଠାକାର ୯୦ ପ୍ରତିଶତ ଲୋକ ମତ୍ସ୍ୟଜୀବୀ ପରିବାର । ଦୈନିକ ସମୁଦ୍ରକୁ ଗଲେ ପରିବାର ଚଳେ । ସମୁଦ୍ର ଆମକୁ ରୋଜଗାର ଦେଉଥିଲା । କିନ୍ତୁ ଆଜି ଏହି ସମୁଦ୍ର ଆଖି ଆଗରେ ଆମ୍ଭମାନଙ୍କର ଭିଟାମାଟି ଛଡେଇ ନେଉଛି । ସମୁଦ୍ରର କୋପରେ ଗ୍ରାସ ହେଉଛି ଗାଁ । ଏହି ଉପକୂଳ କ୍ଷୟ ବାସଗୃହ ପାଇଁ ବିପଦ ସାଜିଛି । ଯଦି ଏହା ଉପରେ କୌଣସି ବିହିତ ପଦକ୍ଷେପ ନିଆନଯାଏ ତେବେ ପୋଟମପେଟା ପରି ଆର୍ଯ୍ୟପଲ୍ଲୀ ଗାଁ ସମୁଦ୍ରରେ ଲୀନ ହୋଇଯିବାର ଆଶଙ୍କକାକୁ ଏଡେଇ ଦେଇହେବ ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories