Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଁମୁଣ୍ଡ ସୃଷ୍ଟି କରିଛି ଚିଲିକାର ଭ୍ରମ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଗାଁମୁଣ୍ଡ ସୃଷ୍ଟି କରିଛି ଚିଲିକାର ଭ୍ରମ

ଅର୍ଗସ ବ୍ୟୁରୋ:  ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜ ଅଧିନସ୍ଥ ରାସବିହାରୀପୁର ଗାଁ l ଗାଁମୁଣ୍ଡ ସୃଷ୍ଟି କରିଛି ଚିଲିକାର ଭ୍ରମ । ଗୋଟିଏ କି ଦୁଇଟି ନୁହେଁ ହଜାରହଜାର ସଂଖ୍ୟାରେ ଗେଣ୍ଡାଳିଆ ପକ୍ଷୀଙ୍କ କିଚିରିମିଚିର ଶବ୍ଦରେ ଫାଟି ପଡୁଛି ଅଚଂଳ । ବିଭିନ୍ନ ପ୍ରଜାତିର ଗେଣ୍ଡାଳିଆ ଓ ବାଦୁଡ଼ିମାନେ ନିର୍ଭୟରେ ଏ ଡାଳରୁ ସେ ଡାଳକୁ ଉଡୁଥିବା ଦୃଶ୍ୟ, ଯୋ କାଣସି ପଥିକ ଟିଏକୁ ଘଡିଏ ନ ଅଟକାଇବ ତାହା ଅସମ୍ଭବ । ବର୍ଷ ତମାମ ଏହି ଗଛରେ ଗେଣ୍ଡାଳିଆ ପକ୍ଷୀ ରହୁଥିବା ବେଳେ ଶିକାରୀ ମାନଙ୍କ ଶିକାର ଆଉ ଗ୍ରାମବାସୀଙ୍କ ସଚେତନତା ଅଭାବରୁ ଗେଣ୍ଡାଳିଆ ପକ୍ଷୀଙ୍କ ବଂଶ ନିପାତ ହେବାକୁ ବସିଥିଲା ।  ଏ ଖବର ଜାଣିବାପରେ  ଆଖପାଖ ଗାଁ ଲୋକ ଏକ ସଚେତନତା ବୈଠକ କରିଥିଲେ । ଆଉ ଏବେ ସେହି ସଚେତନତା ଯୋଗୁଁ ୩୦୦ ସହ ଗେଣ୍ଡାଳିଆଙ୍କ ସଂଖ୍ୟା ୫ ହଜାରକୁ ବୃଦ୍ଧି ପାଇପାରିଛି ।

ଗେଣ୍ଡାଳିଆ ଓ ବାଦୁଡ଼ି ପକ୍ଷୀ ଦେଖିବାକୁ ଆଖପାଖ ଅଂଚଳରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ l ବର୍ଷା ଦିନ ପୂର୍ବରୁ ଏଠାକୁ ଶହ ଶହ ପକ୍ଷୀ ଆସିଥାନ୍ତି ଆଉ ଏମାନେ ଅଣ୍ଡା ଦେଇ ଛୁଆ ଜନ୍ମ କଲା ପରେ ପୁଣି ଶୀତଦିନେ ନିଜ ଦେଶକୁ ଫେରି ଯାଆନ୍ତି l ହେଲେ ଏଠାରେ ଆବଶ୍ୟକ ସଂଖ୍ୟକ ଗଛ ନ ଥିବାରୁ ପକ୍ଷୀ ମାନଙ୍କର ରହିବାରେ ଅସୁବିଧା ହେଉଛି । ପକ୍ଷୀ ମାନଙ୍କର ସୁରକ୍ଷା ପାଇଁ ବନ ବିଭାଗ ଆବଶ୍ୟକ ସଂଖ୍ୟକ ବୃକ୍ଷ ରୋପଣ ସାଙ୍ଗକୁ ଏକ ଜଗୁଆଳି ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି l

ଜଙ୍ଗଲ କ୍ଷୟ ଓ ପରିବେଶ ପ୍ରଦୂଷଣ ଯୋଗୁଁ ଜୀବଜଗତରୁ ଅନେକ ପକ୍ଷୀଙ୍କ ବଂଶ ଲୋପ ପାଇବାକୁ ବସିଲାଣି l ସମସ୍ତଙ୍କ ମନରେ ଯଦି ପକ୍ଷୀମାନଙ୍କ ପ୍ରତି ଭଲପାଇବା ଓ ସେମାନଙ୍କ ସୁରକ୍ଷା ପାଇଁ ଭାବନା ଆସିବ ତାହେଲେ ଏଭଳି ପକ୍ଷୀ ମାନଙ୍କୁ ପିଲାଙ୍କ ପାଠପଢା ବହିରେ ନୁହେଁ ନିଜ ଆଖିରେ ମଧ୍ୟ ଦେଖିପାରିବା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Sponsored
village created a chilika | Argus News