ମୌଳିକ ସୁବିଧାରୁ ବଞ୍ଚିତ ସୁଗ୍ରୀପାଲି ଗ୍ରାମବାସୀ

ଅର୍ଗସ ବ୍ୟୁରୋ: ସ୍ଵାଧୀନତାର ଦୀଘ ବର୍ଷ ବିତିଯାଇଥିଲେ ମଧ୍ୟ ଦୁର୍ଦିନରେ ଦିନ କାଟୁଛନ୍ତି ଆଠମଲ୍ଲିକ ଅଏଡା ଗ୍ରାମ ଓ ସୁଗ୍ରୀପାଲି ଗ୍ରାମର ଅଧିବାସୀ । ଆଠମଲ୍ଲିକଠାରୁ ପ୍ରାୟ 12 କିଲୋମିଟର ଦୂର ପଞ୍ଚ ଧାରା ପାହାଡ଼ର ପାଦଦେଶରେ ବଣ ଜଙ୍ଗଲ ଘେରା ଗ୍ରାମ ହେଉଛି ସୁଗ୍ରୀପାଲି I ଗ୍ରାମରେ ପ୍ରାୟ 50 ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ଅନେକ ଅସୁବିଧାରେ ଦିନ କାଟୁଛନ୍ତି I ଗ୍ରାମକୁ ନିତିଦିନିଆ ଯିବା ଆସିବା ପାଇଁ ଭଲ ରାସ୍ତାର ବ୍ୟବସ୍ଥା ନାହିଁ । I ତେବେ ଏନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ଯାହାକୁ ଗୁହାରି କଲେ ମଧ୍ୟ କେହିହେଲେ କର୍ଣ୍ଣପାତ କରୁନାହାନ୍ତି I
ଏହି ଗ୍ରାମରେ ଅଙ୍ଗନବାଡି ଘର କି ବିଦ୍ୟାଳୟ ମଧ୍ୟ ନଥିବାରୁ 4 କିଲୋମିଟର ରାସ୍ତାରେ ଚାଲିଚାଲି ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଯାଇଥାନ୍ତି I ଅଧିକ ଦୂର କଚ୍ଚାରାସ୍ତାରେ ଯିବାରେ ବାଧକ ଯୋଗୁଁ ଆଧାରେ ପାଠ ଛାଡ଼ୁଛନ୍ତି ଛାତ୍ରଛାତ୍ରୀ I ତେବେ ଗ୍ରାମକୁ ଦୁଇଟି ଗ୍ରାମରୁ ସଂଯୋଗ ହୋଇ ପାଦ ଚଲା ରାସ୍ତା ରହିଥିବା ବେଳେ ରାସ୍ତାରେ ବାଧକ ସାଜୁଛି ନାଳ I ବର୍ଷା ମାସରେ ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଉଥିବା ବେଳେ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଖଟିଆ ସାହାଯ୍ୟରେ ବୋହି ନାଳ ପରିକରିଥାନ୍ତି ଗ୍ରାମବାସୀ I
ସରକାରଙ୍କ ମାଳମାଳ ଯୋଜନା ସତେ ଯେମିତି ଏମାନଙ୍କ ପାଇଁ ସାତ ସପନ I ତେବେ ଦେଖିବାକୁ ବାକି ରହିଲା ସୁଗ୍ରୀପାଲି ଗ୍ରାମର ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗେଇ ଦେବାରେ ସରକାରଙ୍କ କେବେ ଦୃଷ୍ଟି ପଡୁଛି?
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: