Videos
|
Odisha

ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀଙ୍କ ରାଜରାସ୍ତା ଅବରୋଧ

Ritu Das
Browse all articles by Ritu Das
·2 years ago
ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀଙ୍କ ରାଜରାସ୍ତା ଅବରୋଧ

ଅର୍ଗସ ବ୍ୟୁରୋ: ହାତୀ ଉପଦ୍ରବ ପାଇଁ ରାଜ ରାସ୍ତା ଅବରୋଧ କଲେ ଲୋକେ। ମନମୁଣ୍ଡା - ଘଣ୍ଟାପଡା ରାସ୍ତା ୪୧ ନମ୍ବର ରାଜ୍ୟ ରାଜପଥ  ଉଦେପୁର ଛକରେ ରାସ୍ତା ଅବରୋଧ କରିଛନ୍ତି ଲୋକେ। 

ଗତ କିଛିଦିନ ହେଲା ଏହି ଅଞ୍ଚଳରେ ଏକ ବଣୁଆ ହାତୀ ଉପଦ୍ରବ କରୁଛି। କିଛିଦିନ ହେଲା ଏକ ବଣୁଆ ହାତୀ ଉଦେପୁର ଓ ଦୁମ୍ବାଲପାଲି ଗାଁକୁ ଯାଇ ଲୋକଙ୍କ ଫସଲ ନଷ୍ଟ ସହ ଘରଦ୍ୱାର ଭାଙ୍ଗି ଦେଉଛି। ଏନେଇ ବନ ବିଭାଗକୁ ଖବର ଦେଲେ ମଧ୍ୟ ବନ ବିଭାଗ ଶୁଣୁ ନ ଥିବାରୁ ଶେଷରେ ଆଜି ଉଭୟ ଗାଁର ଲୋକ ରାଜ ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ମୋଟର ଅଟକି ରହିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
village people | Argus News