Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପକ୍ଷୀଙ୍କ ସେବାରେ ସମର୍ପିତ ଗ୍ରାମବାସୀ

Odisha

ପକ୍ଷୀଙ୍କ ସେବାରେ ସମର୍ପିତ ଗ୍ରାମବାସୀ

Manini Pattanayak
Browse all articles by Manini Pattanayak
·1 year ago·2 min read
ପକ୍ଷୀଙ୍କ ସେବାରେ ସମର୍ପିତ ଗ୍ରାମବାସୀ

ବୌଦ୍ଧ:  ପକ୍ଷୀଙ୍କ ସୁରକ୍ଷାରେ ଗ୍ରାମବାସୀ ।  ଗେଣ୍ଡାଳିଆ ଓ ବାଦୁଡ଼ିଙ୍କ ସଂଖ୍ୟା ଦିନକୁ ଦିନ କମୁଥିବା ଯୋଗୁଁ ଏମାନଙ୍କ ସୁରକ୍ଷା ପାଇଁ ନିଜକୁ ସମର୍ପି ଦେଇଛନ୍ତି ଗ୍ରାମବାସୀ ।  ଆମେ କହୁଛୁ ବୌଦ୍ଧ ଜିଲ୍ଲା ରାସବିହାରୀପୁର ଗାଁ କଥା  । ନିକଟରେ ଗେଣ୍ଡାଳିଆ ଓ ବାଦୁଡି ମାନେ  ବଂଶବିସ୍ତାର କରିଛନ୍ତି l ଆଉ  ଏମାନଙ୍କ ସୁରକ୍ଷାରେ ଲାଗିପଡିଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ ଉଦ୍ୟମ ପାଇଁ ୩୦୦ ଗେଣ୍ଡାଳିଆ ରୁ ଏବେ ବଂଶବୃଦ୍ଧି ହୋଇ ୫ ହଜାର ହୋଇଥିବାବେଳେ ବାଦୁଡିଙ୍କ ସଂଖ୍ୟା ବି କିଛି କମ ନୁହଁ । ଯାହାକି ଅନ୍ୟମାନଙ୍କ ମନରେ ପକ୍ଷୀ ମାନଙ୍କ ପ୍ରତି ଭଲପାଇବା ସୃଷ୍ଟି କରିବା ପାଇଁ ପ୍ରେରଣା ପାଲଟିଛି । 

ଚଢେଇମାନଙ୍କ କିଚିରିମିଚିରି ଶଦ୍ଦ  ରାସବିହାରୀପୁର ଗାଁମୁଣ୍ଡ ସୃଷ୍ଟି କରିଛି ଚିଲିକାର ଭ୍ରମ । ଗୋଟିଏ କି ଦୁଇଟି ନୁହେଁ ହଜାରହଜାର ସଂଖ୍ୟାରେ ଗେଣ୍ଡାଳିଆ ପକ୍ଷୀ ଙ୍କ କିଚିରିମିଚିର ଶବ୍ଦରେ ଫାଠି ପଡୁଛି ଅଚଂଳ । ଭିନ୍ନ ପ୍ରଜାତିର ଏହି ଗେଣ୍ଡାଳିଆ  ଓ ବାଦୁଡ଼ିମାନେ ନିର୍ଭୟ ଭାବରେ ଏ ଡାଳରୁ ସେ ଡାଳ କୁ ଉଡୁଥିବାର ଦୃଶ୍ୟ  ପଥିକଟିଏ କୁ ଘଡିଏ ନ ଅଟକାଇବ  ବାଧ୍ୟ କରିବ।   ବର୍ଷତମାମ ଏହି   ଗଛରେ ରୁହନ୍ତି ଗେଣ୍ଡାଳିଆ ପକ୍ଷୀ । ହେଲେ ଶିକାରୀ ମାନଙ୍କ ଶିକାର ଆଉ ଗ୍ରାମବାସୀଙ୍କ ସଚେତନତା ଅଭାବରୁ ଗେଣ୍ଡାଳିଆ ପକ୍ଷୀଙ୍କ ବଂଶ ନିପାତ ହେବାକୁ ବସିଥିଲା ।  ଏ ଖବର ଜାଣିବାପରେ  ଆଖପାଖ ଗାଁ ଲୋକଙ୍କୁ ନେଇ ଏକ ବୈଠକ କରିଥିଲେ ଓ ଶିକାରୀମାନଙ୍କୁ ମନା କରିଥିଲେ । ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା କରିବା ସହିତ ଗେଣ୍ଡାଳିଆ ଙ୍କୁ ଯଦି ଆମେ ଏଭଳି ଶିକାର କରିବା ତାହେଲେ ଆଉ ଗେଣ୍ଡାଳିଆ ପକ୍ଷୀ ମାନଙ୍କୁ ଦେଖିବାକୁ ପାଇବା ନାହିଁ ।

ତେଣୁ ଗେଣ୍ଡାଳିଆ ଙ୍କ ସୁରକ୍ଷା ପାଇଁ ଆମେ ଶପଥ ନେବା ଭଳି କାର୍ଯ୍ୟକ୍ରମ କରି ଲୋକଙ୍କ ମନରେ ଭରିଥିଲେ ପକ୍ଷୀ ପ୍ରିତି । ଆଉ ଏବେ ୩୦୦ ସହ ଗେଣ୍ଡାଳିଆ ରୁ ୫ ହଜାର ପର୍ଯ୍ୟନ୍ତ ବଂଶ ବୃଦ୍ଧି ହୋଇପାରିଛି ଗେଣ୍ଡାଳିଆ ଙ୍କ ସଂଖ୍ୟା । କେବଳ ଗେଣ୍ଡାଳିଆ ଙ୍କ ସୁରକ୍ଷା ବ୍ୟତିତ ନିକଟସ୍ଥ ରାସବିହାରୀପୁର ଗାଁ ମୁଣ୍ଡରେ ରହୁଥିବା ବାଦୁଡିଙ୍କ ମଧ୍ୟ ସୁରକ୍ଷା ପାଇଁ କାମ କରୁଛନ୍ତି । ଫଳରେ ବାଦୁଡିଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।    ସେହିପରି ପକ୍ଷୀ ମାନଙ୍କର ସୁରକ୍ଷା ପାଇଁ ବନ ବିଭାଗ ଆବଶ୍ୟକ ସଂଖ୍ୟକ ବୃକ୍ଷ ରୋପଣ ସାଙ୍ଗକୁ ଏକ ଜଗୁଆଳି ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି l ଗାଁ ଲୋକଙ୍କ ମନରେ ପକ୍ଷୀମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ଭଲପାଇବା ହିଁ ଗେଣ୍ଡାଳିଆ ଓ ବାଦୁଡିଙ୍କ ବଂଶ ବିସ୍ତାର କରିବାର ମୁଖ୍ୟ ମାଧ୍ୟମ ବୋଲି କହିଛନ୍ତି ।  
 ଜଙ୍ଗଲ କ୍ଷୟ ଓ ପରିବେଶ ପ୍ରଦୂଷଣ ଯୋଗୁଁ ଜୀବଜଗତରୁ ଅନେକ ପକ୍ଷୀଙ୍କ ବଂଶ ଲୋପ ପାଇବାକୁ ବସିଲାଣି l ସମସ୍ତଙ୍କ ମନରେ ଯଦି ଏଭଳି ଭାବନା ଓ ପକ୍ଷୀମାନଙ୍କ ପ୍ରତି ଭଲପାଇବା ଓ ସେମାନଙ୍କ ସୁରକ୍ଷା ପାଇଁ ସମସ୍ତେ ତତ୍ପର ହେବେ ତାହେଲେ ଦୂଷିତ ପରିବେଶକୁ ସନ୍ତୁଳିତ କରିବାରେ ସହାୟକ ହୋଇପାରିବ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 
 

Sponsored
villager devoted to the service of birds in boudh | Argus News