Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାହାଡ଼ ଚିରି ୪ କି.ମି ରାସ୍ତା ତିଆରି କଲେ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପାହାଡ଼ ଚିରି ୪ କି.ମି ରାସ୍ତା ତିଆରି କଲେ ଗ୍ରାମବାସୀ

ଅର୍ଗସ ବ୍ୟୁରୋ:  ଗାଁକୁ ଯିବାକୁ ନ ଥିଲା ରାସ୍ତା । ବାରମ୍ବାର ଗୁହାରି କରି ନୟାନ୍ତ ହେଲେ ଗାଁ ଲୋକ। ହେଲେ ଶୁଣିଲାନି ପ୍ରଶାସନ କି ଶୁଣିଲେନି ସରକାର । ଶେଷରେ ବଡ଼ ନିଷ୍ପତ୍ତି ନେଲେ ଗାଁ ଲୋକ। ସରକାରଙ୍କ ଉପରେ ଭରସା ହରାଇ ପାହାଡ଼ ଚିରି ନିଜ ଗାଁକୁ ୪ କିଲୋମିଟର ରାସ୍ତା ତିଆରି କଲେ। ନିଜ ଶ୍ରମ ଓ ଅର୍ଥ ଖର୍ଚ୍ଚ କରି ତିଆରି କଲେ ୪ କିଲୋମିଟର ରାସ୍ତା । ଦୁର୍ଗମର ଏହି ଅପହଞ୍ଚ ଅଞ୍ଚଳରେ ଯୋରସୋରରେ ଚାଲିଛି ରାସ୍ତା ନିର୍ମାଣ। ହାତରେ କୋଦାଳ, କୋଡି ଧରି ନିଜ ରାସ୍ତା ନିଜେ କରୁଛନ୍ତି ଗ୍ରାମବାସୀ। ଆଉ ପ୍ରାୟ ୩୦ଦିନର ପରିଶ୍ରମ ପରେ ଏ ହେଉଛି ରାସ୍ତାର ଚିତ୍ର। ସରକାରଙ୍କ ଠାରୁ  ପ୍ରତାରଣା ପାଇବା ପରେ ନିଜ ଉଦ୍ୟମରେ ନିଜେ ଗ୍ରାମବାସୀ ତିଆରି କରିଛନ୍ତି ଏହି ରାସ୍ତା ।  ୩୦ ଦିନର ଅକ୍ଲାନ୍ତ ପରିଶ୍ରମ କରି  ୪ କିଲୋମିଟର ରାସ୍ତା ତିଆରି କରିଛନ୍ତି କୁଷୁମଖୁଣ୍ଟା ଗ୍ରାମବାସୀ ।

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର କୁସୁମଖୁଣ୍ଟା l ପାହାଡ ଜଙ୍ଗଲ ଘେରା ପଥୁରିଆ ଅଞ୍ଚଳ l ଗାଁକୁ ଯିବା ପାଇଁ ଏହି ରାସ୍ତାହିଁ ସାହା ଭରସା। ରାସ୍ତା ଏମିତି ଗାଡି ଚଲେଇବା ତ ଦୂର କଥା ପାଦ ରେ ଚାଲିବା ବି କଷ୍ଟ କର  l ମାତ୍ର ଏହି ରାସ୍ତା ତିଆରି ପାଇଁ ଆଜିଯାଏଁ କେହି କିଛି ପଦକ୍ଷେପ ନେଲେନି। ଏମିତିକି ବିଧାୟକ ମଧ୍ୟ ଏହି ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମାତ୍ର ପରେ ନିଜ ପ୍ରତିଶ୍ରୁତି ଭୁଲିଗଲେ । ଦ୍ବିତୀୟ ଥର ପାଇଁ ପୁଣି ନିର୍ବାଚିତ ହେଲେ କିନ୍ତୁ ଦୁଃଖର ବିସୟ ଗାଁକୁ ରାସ୍ତା ତିଆରି ପାଇଁ ଭୁଲି ଗଲେ l  ଶେଷରେ ନିରାସ ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ଗାଁ ରାସ୍ତା ତିଆରି କରିଛନ୍ତି। ଦୃଢ ଇଚ୍ଛାଶକ୍ତି ଆଗରେ ହାରମାନିଛି ପ୍ରତିବନ୍ଧକ। ଏହି ଉକ୍ତିଟିକୁ କାର୍ଯ୍ୟରେ ପରିଣତ କରି ଦେଖାଇଛନ୍ତି ଏହି କୁଷୁମଖୁଣ୍ଟା ଗ୍ରାମବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Villagers cut through mountains and built a 4 km road | Argus News