Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପିଇବା ପାଣି ପାଇଁ ନଳକୂପ ଉପରେ ନିର୍ଭର ଗାଁଲୋକେ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପିଇବା ପାଣି ପାଇଁ ନଳକୂପ ଉପରେ ନିର୍ଭର ଗାଁଲୋକେ

ଅର୍ଗସ ବ୍ୟୁରୋ:  ନବରଙ୍ଗପୁର କୋଷାଗୁମୁଡା ବ୍ଲକ ହେଉଛି ଏକ ଉପାନ୍ତ ବ୍ଲକ,  ଗାଁରେ ପହଞ୍ଚି ପାରୁନାହିଁ ବିଶୁଦ୍ଧ ପାନୀୟ ଜଳ । ଗାଁ ଲୋକେ ପିଇବା ପାଣି ପାଇଁ କେବଳ ନଳକୂପ ଉପରେ ନିର୍ଭର । ଏଭଳି ଗାଁ ଦୁଇଟି ହେଉଛି ଏମ .କେରାଗାଁ ପଞ୍ଚାୟତ ମୁଣ୍ଡାଗୁଡ଼ା ଓ ଆମଡିଗୁଡା ।  ପ୍ରାୟ ୩ ଶହ ପରିବାର  ଏଠାରେ ବସବାସ କରନ୍ତି । ଆଉ ୮ ଶହରୁ ଉର୍ଦ୍ଧ ଲୋକଙ୍କ ପାଇଁ କେବଳ ୪ ଟି ନଳକୂପ ରହିଛି । ପୂର୍ବରୁ ଏଠାରେ ଏକ ସୋଲାର ପ୍ରକଳ୍ପ ନିର୍ମାଣ କରାଯାଇ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ପ୍ରାୟ ୪ ବର୍ଷରୁ ଅଧିକ ସମୟ ହେଲା ଉକ୍ତ ପ୍ରକଳ୍ପ ବନ୍ଦ ରହିଛି । ପ୍ରକଳ୍ପରେ ଲାଗିଥିବା ଯନ୍ତ୍ରାଂଶ ଗୁଡ଼ିକ ସେଠାରେ  ନାହିଁ । ଗ୍ରାମରେ ଥିବା ନଳକୂପରୁ ଗାଁ ଲୋକେ ବିଶୁଦ୍ଧ ଜଳ ପାଇପାରୁ ନାହାନ୍ତି ।

ସରକାର ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି । କିନ୍ତୁ ଉପାନ୍ତ ଅଞ୍ଚଳରେ ବସୁଧା ଯୋଜନା କଣ ଲୋକେ ଜାଣି ନାହାନ୍ତି । ରାଜ୍ୟ ସରକାର ଗାଁ ଗୁଡ଼ିକର ବିକାଶ ପାଇଁ ଘୋଷଣା କରିଥିଲେ ମଧ୍ୟ ତାହା ବାସ୍ତବରେ ଗାଁକୁ ଯାଇ ଦେଖିଲେ ଅସଲ କଥା ଦେଖିବାକୁ ମିଳିଛି । ବର୍ତ୍ତମାନ ଦେଖିବାକୁ ବାକି ରହିଲା , ଏହି ଖବର ପ୍ରସାରଣ ପରେ ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷ ରୁ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି  ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored