Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୈଳିକ ସୁବିଧାରୁ ଵଞ୍ଚିତ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମୈଳିକ ସୁବିଧାରୁ ଵଞ୍ଚିତ ଗ୍ରାମବାସୀ

ଅର୍ଗସ ବ୍ୟୁରୋ:  ଅନୁଗୁଳ ଜିଲ୍ଲା ବନରପାଳ ବ୍ଲକ କୁଡୁଲୁ ପଂଚାୟତ ସୁଲେଇମାଲ ଗାଁର  ।  ଏହି ରାସ୍ତା ଉପରେ ଗାଁ ର ୬୦ ରୁ ୭୦ ପରିଵାର ନିର୍ଭର କରୁଥିଵା ଵେଳେ। ଏହି ରାସ୍ତା ଵିଷୟରେ ନ କହିଵା ଭଲ... କେଉଁଠି କାଦୁଅ ଯୁଡୁଵୁଡୁ ହୋଇଛି ତ ଆଉ କେଉଁଠି ଖାଲଖମା ହୋଇ ପଡିରହିଛି। ଫଳରେ ପ୍ରତିଦିନ ରାସ୍ତାରେ ଛୋଟମୋଟ ଦୁର୍ଘଟଣା ହେଉଥିବା ଅଭିଯୋଗ ହୋଇଛି।

ଗାଁରେ ପାଣି ସମସ୍ୟା ମଧ୍ୟ ଉତ୍କଟତର। ପାଇପ ଯୋଗେ ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା ହୋଇଛି ସତ କିନ୍ତୁ ପାଣି ଦିନେ ଆସିଲେ ୨ ଦିନ ବନ୍ଦ ରହୁଛି |  ଯେଉଁ ପାଣି ଆସୁଛି ତାବାବି ସମୁଦ୍ରକୁ ସଂଙ୍ଖେଭଳି।  ଗୋଟେ ଗରା ଭରିବା ପାଇଁ ଘଣ୍ଟେ ଲାଗୁଛି।  ତେଣୁ ପାଣି ପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ | ସେଭଳି ଆବାସ, ଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟ ଭତା ପର୍ଯ୍ୟନ୍ତ। ସମସ୍ତ ସରକାରୀ ସହାୟତାରୁ ଅଧାରୁ ଅଧିକ ଲୋକ ବଞ୍ଚିତ ଅଛନ୍ତି |ରାଜ୍ୟରେ ଦୀର୍ଘ ୨୫ ବର୍ଷର ସ୍ଥିର ବିଜେଡି ସରକାର ଗାଁ କୁ ଅଣଦେଖା କରିଛନ୍ତି ,  ତେବେ ନୂତନ ଭାବେ ଦାୟିତ୍ତ୍ବ  ନେଇଥିବା ବିଧାୟକ ଅଗସ୍ତି ବେହେରା ସ୍ଥାନୀୟ ସମସ୍ୟାର ସମାଧାନ କରିବେ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Villagers deprived of government basic facilities | Argus News