Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ପାଇଁ ହନ୍ତସନ୍ତ ଦୁର୍ଗମବାସୀ

Manini Pattanayak
Browse all articles by Manini Pattanayak
·2 years ago·1 min read
ପାଣି ପାଇଁ ହନ୍ତସନ୍ତ ଦୁର୍ଗମବାସୀ

କୋରାପୁଟ:  ପାଣି ଟାଙ୍କି ନାଁରେ କୋଡିଏ ଲକ୍ଷ୍ୟ ଟଙ୍କା ଚଳୁ।  ମାଇନିଂ ଖଣି ନାଲକୋ ଖଣି ଅଞ୍ଚଳରେ ଜଳ ଯନ୍ତ୍ରଣା। ଜଳ ମିଶନ ସଫଳ କରିବାକୁ ଆସି ଖୋଦ ଠିକାଦାର ଓ ଯନ୍ତ୍ରୀ ଲୁଟି ନେଲେ ଲକ୍ଷାଧିକ ଟଙ୍କା । ତଳରଙ୍ଗପାଣି କୁ ପାଣି ଚିନ୍ତା...ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି ଅଞ୍ଚଳବାସୀ। ଦୁର୍ଗମର ଏହି ଅଞ୍ଚଳରେ ପହଞ୍ଚି ପାରିନି ସରକାରଙ୍କର ବସୁଧା ଯୋଜନା।  ଝରଣା ଭରସାରେ ଦିନ କାଟୁଛନ୍ତି ଅଞ୍ଚଳବାସୀ। ରାତି ପାହିଲେ ଲୋକଙ୍କର ଏଠି ପାଣି ଚିନ୍ତା। ମେଳିହୋଇ ଗାଁ ଲୋକେ ଯାନ୍ତି ଝରଣାକୁ ପାଣି ଆଣିବା ପାଇଁ। ଏହି ଝରଣା ପାଣି ପିଇବା ସହ ଦୈନନ୍ଦିନ ଜୀବନରେ ମଧ୍ୟ ବ୍ୟବହାର କରନ୍ତି ତଳରଙ୍ଗପାଣିବାସୀ।

କୋରାପୁଟ ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିପଦର ପଞ୍ଚାୟତର ତଳରଙ୍ଗପାଣି।  2021-2022 ମସିହାରେ ବିଶୁଦ୍ଧ ପାନୀୟ ପ୍ରକଳ୍ପ ଜିଲ୍ଲା ଖଣିଜ ପାଣ୍ଠି ରେ କୋଡିଏ ଲକ୍ଷ୍ୟ ଟଙ୍କା ମଞ୍ଜୁରୀ ହୋଇଥିଲା। କିନ୍ତୁ ବାସ୍ତବରେ ଓଲଟା ଚିତ୍ର ଦେଖା ଯାଉଛି। ଦୁଇଟି ପ୍ଲାଷ୍ଟିକ ଟାଙ୍କି ଲଗାଇ  ମାଟି ଉପରେ ପାଇପ୍ ବିଞ୍ଚାଇ ଲୁଟିନେଲେ ଠିକାଦାର ଓ ଯନ୍ତ୍ରୀ । ଯେଉଁଥି ପାଇଁ ସମସ୍ୟାର ସମ୍ମୂକିନ ହେଉଛନ୍ତି ଗ୍ରାମବାସୀ ।  ଦୁର୍ଗମବାସୀଙ୍କ ପାଇଂ ସରକାରଙ୍କ ଯୋଜନା ପରେ ଯୋଜନା ମାତ୍ର ଏହାର ଲାଭ ପାଉନାହାନ୍ତି ଦୁର୍ଗମବାସୀ। ଯେଉଁଠି ପାଣି ପାଇଁ ଲୋକେ ହନ୍ତସନ୍ତ ସେଠି ଅନ୍ୟ ସୁବିଧା କଥା କିଏ ପଚାରେ..

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
To accomplish the water mission, fraud lakhs of rupees from the engineer and contractor | Argus News