Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସମସ୍ୟାରେ ଜୁଝୀ ହେଉଛନ୍ତି ଗ୍ରାମବାସୀ

Odisha

ସମସ୍ୟାରେ ଜୁଝୀ ହେଉଛନ୍ତି ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସମସ୍ୟାରେ ଜୁଝୀ ହେଉଛନ୍ତି ଗ୍ରାମବାସୀ

ଅର୍ଗସ ବ୍ୟୁରୋ:  ସମସ୍ୟାରେ ଜୁଝୀ ହେଉଛନ୍ତି ଗ୍ରାମବାସୀ, ବିକାଶ ଠାରୁ ବହୁ ଦୂରରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଭୁବନୀ କିଣ୍ଡମ୍ ଗ୍ରାମ । ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ପହଞ୍ଚି ପାରୁନି ସରକାରୀ ଯୋଜନା  । ଗାଁରେ ରାସ୍ତା, ପାନୀୟ ଜଳ ଓ ନେଟୱର୍କ ଭଳି ମୌଳିକ ସମସ୍ୟା ଲୋକଙ୍କୁ କଲବଲ କରୁଛି । ଏ କୌଣସି ସୀମାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ ଜିଲ୍ଲାର ଦୁଇଟି ବ୍ଳକ ସଂଯୋଗ କରୁଥିବା ରାସ୍ତା ପାଲଟିଛି ମରଣଯନ୍ତା । ବ୍ଳକ କାର୍ଯ୍ୟାଳୟ ଠାରୁ ମାତ୍ର ୧୪ କିଲୋମିଟର ଦୂରରେ ଥିବା ଗାଁ ଦୁଇ ଚକିଆ ଯାନ ଯିବା ମଧ୍ୟ କଷ୍ଟକର ଅଟେ।

ମାତ୍ର ୭ କିଲୋମିଟର ରାସ୍ତା ପାଇଁ ଦୀର୍ଘ ବର୍ଷ ବର୍ଷ ବିତି ଗଲାଣି ତଥାପି ରାସ୍ତା ହେବା ପ୍ରଶ୍ନ ଉଠୁନାହିଁ । ଗତ ଏହି ରାସ୍ତାରେ ଦୁଇ ଚକିଆ ଯାନ ଯିବା ମଧ୍ୟ କଷ୍ଟକର ଅଟେ ଏହି ରାସ୍ତା ଦେଇ ଗାଁ ଗର୍ଭବତୀ ମହିଳା, ବୟସ୍କ ଲୋକ କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ଜଙ୍ଗଲ ରାସ୍ତା ଦେଇ ଯାତାୟାତ କରୁଛନ୍ତି କହି ସ୍ଥାନୀୟ ଲୋକେ ଆମ କ୍ୟାମେରା ସାମ୍ନାରେ ତାଙ୍କ ଅଭିଯୋଗ କରିଛନ୍ତି , ଏ ନେଇ ସ୍ଥାନୀୟ ସରପଞ୍ଚ କହିଛନ୍ତି କି ବ୍ଳକ ଅଧିକାରୀ, ଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ଦିଆ ଯାଇଛି କିନ୍ତୁ ଏବେ ପର୍ଯ୍ୟନ୍ତ କୋୖଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
villagers faces to problem | Argus News