Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏଇଟା ରାସ୍ତା ନା ଆଉ କଣ ? ଚାଲିକି ଯିବା ସମ୍ଭବ ନୁହେଁ, ଗାଡ଼ି ଗଡ଼ିବ କେମିତି ?

Odisha

ଏଇଟା ରାସ୍ତା ନା ଆଉ କଣ ? ଚାଲିକି ଯିବା ସମ୍ଭବ ନୁହେଁ, ଗାଡ଼ି ଗଡ଼ିବ କେମିତି ?

Manini Pattanayak
Browse all articles by Manini Pattanayak
·2 years ago·1 min read
ଏଇଟା ରାସ୍ତା ନା ଆଉ କଣ ? ଚାଲିକି ଯିବା ସମ୍ଭବ ନୁହେଁ, ଗାଡ଼ି ଗଡ଼ିବ କେମିତି ?

କୋରାପୁଟ:  ସମସ୍ୟା ଘେରରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତର ମାଙ୍କଡ ଡଙ୍ଗର ଗ୍ରାମବାସୀ। ଗାଁରେ ପକ୍କା ରାସ୍ତା ଖଣ୍ଡେ ନ ଥିବାରୁ ବିକାଶ ଠୁ ବହୁତ ଦୂରରେ ରହିଛି ଏହି ଗାଁ। ରାସ୍ତାରେ ଯାନବାହାନ ଚାଲିବା ତ ଦୂରର କଥା ମଣିଷ ଚାଲିବା ବି ସମ୍ଭବ ନୁହିଁ ।  କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତ ମାଙ୍କଡ ଡଙ୍ଗର ଗ୍ରାମବାସୀଙ୍କ ଦୁର୍ଦ୍ଦଶା। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏଯାଏଁ ଗାଁକୁ ନାହିଁ ଖଣ୍ଡେ ପକ୍କା ରାସ୍ତା। ଫଳରେ ଦୂର୍ଗମରେ ଦୁର୍ଦଶା ଭଗୁଛନ୍ତି ଗ୍ରାମବାସୀ। ଗାଁରେ ପ୍ରାୟ 100 ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି। ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏହି ଗାଁକୁ ଯିବାକୁ ହେଲେ ଅଙ୍କା ବଙ୍କା ଗୋଡି ମାଟି ରାସ୍ତା ଦେଇ ଯିବାକୁ ପଡେ। ଯେଉଁଠି ପାଦେ ପାଦେରେ ରହିଛି ବିପଦ। 

 ବର୍ଷା ଦିନ ହେଲେ ଏକ ପ୍ରକାର ବନ୍ଦି ଜୀବନ ବିତାନ୍ତି ଗ୍ରାମବାସୀ,ରାସ୍ତାରେ ଯାନବାହାନ ଚାଲିବା ତ ଦୂରର କଥା ମଣିଷ  ଚାଲିବା ବି ସମ୍ଭବ ନୁହିଁ,। ଛାତ୍ର ଛାତ୍ରୀ ମାନଂକୁ ସ୍କୁଲ କି ଅଙ୍ଗନବାଡ଼ି  ଯିବାକୁ ହେଲେ 3 ରୁ 4 କିଲୋମିଟର ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼େ। ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ପହଂଚି ପରେ ନାହିଁ ଯାହାଫଳରେ ରୋଗୀଙ୍କୁ ଖଟିଆରେ ବୋହିକି ନେବାକୁ ପଡେ। ପ୍ରଶାସନ ନିକଟରେ ବାରମ୍ବାର ସମସ୍ୟା ଜଣାଇବା ପରେ ମଧ୍ୟ ମିଳିଛି ତ କେବଳ ମିଛ ପ୍ରତିଶୃତି। ଗାଁରେ କେବେ ବି ସରକାରି ବାବୁ କି ଜନ ପ୍ରତିନିଧିଙ୍କ ପାଦ ପଡୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ।  ତେବେ କେବେ ମାଙ୍କଡ ଡଙ୍ଗର ଗ୍ରାମବାସୀଙ୍କ ସମସ୍ୟା ଦୂର ହେବ। କେବେ ଏ ଦୁର୍ଗମ ଗାଁକୁ ଯୋଡି ହେବ ପକ୍କାରାସ୍ତା ତାହା ଦେଖିବାକୁ ବାକି ରହିଲା । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Villagers lead a kind of prison life on rainy days | Argus News