Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପାଣି ପ୍ରତିବାଦରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରିଲେ ଗ୍ରାମବାସୀ

Odisha

ପାଣି ପ୍ରତିବାଦରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରିଲେ ଗ୍ରାମବାସୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ପାଣି ପ୍ରତିବାଦରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରିଲେ ଗ୍ରାମବାସୀ

ବଲାଙ୍ଗୀର : ଏକ ମାସ ହେଲା ବଲାଙ୍ଗୀର ଜିଲ୍ଲା  ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଥିବା ପ୍ରତିବାଦ ରେ ପଂଚାୟତ ସରପଞ୍ଚ ଓ ପିଇଓ ଙ୍କୁ ତାଲା ମାରିଲେ ଗ୍ରାମବାସୀ । ପାନୀୟ ଜଳ ଯୋଗାଣ ପାଇଁ ବାରମ୍ବାର ଦାବି ସତ୍ତ୍ୱେ ପଞ୍ଚାୟତ ପ୍ରଶାସନ ନ ଶୁଣିବାରୁ ଗୋଇମୁଣ୍ଡ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ସରପଞ୍ଚ ଓ ପିଇଓ ଙ୍କୁ ତାଲା ମାରିଲେ ଗ୍ରାମବାସୀ। ଏକ ମାସରୁ ଅଧିକ ହେବ ଜଳ ଯୋଗାଣ ବନ୍ଦ ରହିଛି ।ଖରା ଦିନ ଯୋଗୁଁ ପାଣି ସମସ୍ୟା ଉତ୍କଟ ହୋଇଥିବା ବେଳେ ବାରମ୍ବାର ପ୍ରଶାସନ ଠାରେ ହାରି ଗୁହାରି ପରେ ମଧ୍ୟ କେହି ନ ଶୁଣିବାରୁ ଲୋକେ ପଞ୍ଚାୟତରେ ତାଲା ମାରିଥିଲେ ।

ଅଧିକ ପଢନ୍ତୁ : ସରକାରୀ ଯୋଜନା ଠାରୁ ବହୁ ଦୂରରେ ଧନେଶ୍ବରଙ୍କ ପରିବାର

ଜଳ ଯୋଗାଣ ଦାବି କରିଥିଲେ । ବାରମ୍ବାର ପଞ୍ଚାୟତ ପ୍ରଶାସନ,ବ୍ଲକ ପ୍ରଶାସନ, ଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇଥିଲେ ମଧ୍ୟ କେହି ନ ଶୁଣିବାରୁ ଆଜି ପଞ୍ଚାୟତରେ ତାଲା ପକାଇ ଦିଆଯାଇଛି ।ଦୁଇ ଘଣ୍ଟା ପର୍ଯ୍ୟନ୍ତ ତାଲା ପକାଇଥିଲେ ।ମୁରିବାହାଲ ପୋଲିସ ପହଁଚିଥିଲେ ।ପ୍ରଶାସନ ସହିତ ଆଲୋଚନା ପରେ ଆସନ୍ତା କାଲି ଜଳ ଯୋଗାଣର ପ୍ରତିଶ୍ରୁତି ଦେବା ପରେ ତାଲା ଖୋଲାଯାଇଥିଲା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored