Videos
|
Odisha

ବାରମ୍ବାର ଅଭିଯୋଗ କରି ନିରାଶ ହେବା ପରେ, ନିଜ ହାତରେ ନିର୍ମାଣ କଲେ ତିନି ତିନୋଟି କାଠ ପୋଲ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବାରମ୍ବାର ଅଭିଯୋଗ କରି ନିରାଶ ହେବା ପରେ, ନିଜ ହାତରେ ନିର୍ମାଣ କଲେ ତିନି ତିନୋଟି କାଠ ପୋଲ

ଅର୍ଗସ ବ୍ୟୁରୋ:  ଥରେ ଦେଖନ୍ତୁ ରାଜ୍ୟ ସରକାରଙ୍କ ବିକାଶ ର ବାସ୍ତବ ଚିତ୍ରକୁ । ଏ ଚିତ୍ର ହିଁ ବୟାନ କରୁଛି ଏ ଆଦିବାସୀ ଅଧ୍ୟୁଷିତ କୁଟିଆ ଗାଁ କେତେ ବିକାଶ । କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାର ସୀମାନ୍ତବର୍ତୀ ପଞ୍ଚାୟତ ଦୂର୍ଗାପାଙ୍ଗା । ଆଠ ଆଠ ଟି  ଗାଁ  ବିକାଶ ଠାରୁ ବହୁ ଦୂର ରେ। ଏ ଆଠ ଟି ଗାଁ ସମ୍ପୂର୍ଣ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ଓ କୁଟିଆ କନ୍ଧ ସମ୍ପ୍ରଦାୟ ର ଲୋକମାନେ ଏଠାରେ ବସବାସ କରନ୍ତି। 5 ନମ୍ବର ରାଜ୍ୟ ରାଜପଥ ବଣ୍ଡାପିପିଲି ମୁଖ୍ୟ ରାସ୍ତା ଠାରୁ ଡିମିଲି 8 କିଲୋ ମିଟର ଦୂର ହେବ ଓ ଗାଁ କୁ ଯିବା ପାଇଁ ତିନି ତିନୋଟି ନାଳ ଅତିକ୍ରମ କରିବାକୁ ପଡ଼େ। ଏ ଡିମିଲି ଗାଁ କୁ ଗମନାଗମନ ସୁବିଧା ପାଇଁ 4 କୋଟି 38 ଲକ୍ଷ ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଆଜି ଅବଧି ସରିଲାଣି ହେଲେ କାମ ସମ୍ପୂର୍ଣ ହୋଇ ନାହିଁ ।

ପାହାଡ, ପର୍ବତ ଓ ନଦୀ ନାଳ ଘେରା ଦୁର୍ଗାପାଙ୍ଗା ପଞ୍ଚାୟତର ଏ ଆଠ ଟି ଗାଁ । ଏ ଆଠ ଟି ଗାଁ ପାଇଁ ବିପଦ ହେଉଛି ତିନୋଟି ନାଳ। ଘଞ୍ଚ ଅରଣ୍ୟ ଦେଇ ଯିବାକୁ ପଡ଼େ। ଏ ତିନୋଟି ନାଳ ରେ ବର୍ଷ ତମାମ ଜଳ ପ୍ରବାହିତ ହୁଏ। ଏ ନାଳ ଉପରେ ଏକ ହୋମ ପାଇପ ପୋଲ ନିର୍ମାଣ ହୋଇଥିଲା କିନ୍ତୁ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ବର୍ଷା ଦିନେ ଅଧା ଧୋଇଗଲା। ସେଦିନ ଠାରୁ ଆଜି ପର୍ଯ୍ୟନ୍ତ ଆଉ ମରାମତି ହୋଇ ନାହିଁ।  ବର୍ତ୍ତମାନ ସାହା ଭରଷା ପାଲଟିଛି ଏ କାଠ ପୋଲ। ଆମେ ଏ ସମସ୍ୟା ନେଇ କୋଟଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଜନ ର ନିର୍ବାହୀ ଯନ୍ତ୍ରୀଙ୍କ ଙ୍କ ସହିତ ଆଲୋଚନା କରିବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ସୁଫଳ ମିଳି ନଥିଲା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
villagers made three wooden poles with his own hands | Argus News