Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାସ୍ତା ପାଇଁ ରାସ୍ତାରୋକ କଲେ ୨ଟି ଗାଁର ଗ୍ରାମବାସୀ 

Manini Pattanayak
Browse all articles by Manini Pattanayak
·2 years ago
ରାସ୍ତା ପାଇଁ ରାସ୍ତାରୋକ କଲେ ୨ଟି ଗାଁର ଗ୍ରାମବାସୀ 

କେନ୍ଦୁଝର: ରାସ୍ତା ପାଇଁ ରାସ୍ତାରୋକ କଲେ ୨ଟି ଗାଁର ଗ୍ରାମବାସୀ । ଆନନ୍ଦପୁର ଭଦ୍ରକ ରାସ୍ତାକୁ ହାଟଡ଼ିହି ନିକଟରେ ରାସ୍ତା ଅବରୋଧ କରିଛନ୍ତି ଏଲକଣା ଓ ବର୍ଦ୍ଧନପୁର ଗ୍ରାମବାସୀ । ଗାଁକୁ ପକ୍କା ସଡ଼କ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

ସରକାର ୩ ବର୍ଷ ତଳୁ ରାସ୍ତା ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦେଇଛନ୍ତି । ଠିକାଦାର କାମ ଆରମ୍ଭ କରିଥିଲେ ବି କିଛି ନ୍ୟସ୍ତ ସ୍ବାର୍ଥ ଲୋକ ଏହି ରାସ୍ତାକୁ କରାଇ ଦେଉନାହାନ୍ତି । ଗତକାଲି ରାତିରେ କିଛି ଲୋକ ଠିକସଂସ୍ଥାର ମେସିନିକୁ ଭଙ୍ଗାରୁଜା କରିବା ସହ କାମ କରୁଥିବା ଠିକସଂସ୍ଥାର ଲୋକଙ୍କୁ ଘଉଡ଼ାଇ ଦେଇଛନ୍ତି । ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Villagers of 2 villages blocked the road | Argus News