Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୁର୍ଗମରେ ଦୁର୍ଦ୍ଦଶା ଭୋଗୁଛନ୍ତି ମାଙ୍କଡ଼ଡ଼ଙ୍ଗର ଗ୍ରାମବାସୀ

Odisha

ଦୁର୍ଗମରେ ଦୁର୍ଦ୍ଦଶା ଭୋଗୁଛନ୍ତି ମାଙ୍କଡ଼ଡ଼ଙ୍ଗର ଗ୍ରାମବାସୀ

Ritu Das
Browse all articles by Ritu Das
·2 years ago·2 min read
ଦୁର୍ଗମରେ ଦୁର୍ଦ୍ଦଶା ଭୋଗୁଛନ୍ତି ମାଙ୍କଡ଼ଡ଼ଙ୍ଗର ଗ୍ରାମବାସୀ

ଅର୍ଗସ ବ୍ୟୁରୋ: ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଏହି ଗ୍ରାମଟି, ଗାଁକୁ ଯିବାକୁ ହେଲେ ଅଙ୍କା ବଙ୍କା ଗୋଡି ମାଟି ଜଙ୍ଗଲ ରାସ୍ତା। ରାସ୍ତାରେ ପ୍ରତି ପାଦେ ପାଦେ ବିପଦ। ଗ୍ରାମରେ କେବେ ବି ସରକାରୀ ବାବୁ କିମ୍ୱା ଜନ ପ୍ରତିନିଧିଙ୍କ ପାଦ ପଡିନି ଆମେ କହୁଛୁ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତର ମାଙ୍କଡ଼ ଡ଼ଙ୍ଗର ଗ୍ରାମର କଥା, ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଏହି ଗ୍ରାମଟି,ଏହି ଗ୍ରାମରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଫେଲ ମାରିଛି କହିଲେ ଚଳେ।

ଗ୍ରାମରେ ପ୍ରାୟ 100 ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ଖଣ୍ଡିଏ ପକ୍କା ରାସ୍ତା ସଂଯୋଗ ହୋଇପାରୁ ନାହିଁ, ଫଳରେ ବିକାଶ ଠାରୁ ଅପହଞ୍ଚ ଦୂରରେ ଏହି ଗ୍ରାମ। ରାଜ୍ୟ ସରକାର ଭୋଟ ହାତେଇବା ପାଇଁ ନିର୍ବାଚନ ପୂର୍ଵରୁ ବିକାଶର ମିଛ ଚିଠା ନେଇ ଡିଣ୍ଡିମ ପିଟୁଛନ୍ତି ଏବଂ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି କିନ୍ତୁ ଏପଟେ ଦୁର୍ଗମରେ ଦୁର୍ଦ୍ଦଶା ଭଗୁଛନ୍ତି ଗ୍ରାମବାସୀ। ଗ୍ରାମବାସୀ ପ୍ରଶାସନ ଏବଂ ନିର୍ବାଚିତ ପ୍ରତିନିଧି ମାନଙ୍କୁ ବାରମ୍ବାର ସମସ୍ୟା ଜଣାଇବା ପରେ ମିଳିଛି ତ କେବଳ ମିଛ ପ୍ରତିଶ୍ରୁତି।

ବର୍ଷା ଦିନ କଥା ନ କହିବା ଭଲ ଏକ ପ୍ରକାର ବନ୍ଦି ଜୀବନ ବିତାନ୍ତି ଗ୍ରାମବାସୀ। ଏହି ରାସ୍ତାରେ ଯାନବାହାନ ଚାଲିବା ଦୂରର କଥା ମଣିଷ ଚାଲିବା ବି ସମ୍ଭବ ହୁଏ ନାହିଁ। ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଯିବାକୁ ହେଲେ 3 ରୁ 4 କିଲୋମିଟର ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼େ। ଗ୍ରାମର ରାସ୍ତା ଖରାପ ଥିବା ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ଆସିପାରୁନି। ରୋଗୀଙ୍କୁ 3 କିଲୋମିଟର ଖଟିଆରେ ବୋହିକି ନେବାକୁ ପଡ଼େ, ଗ୍ରାମବାସୀ ଅଭିଯୋଗ କରିଛନ୍ତି ନିର୍ବାଚନ ସମୟରେ ଶାସକ ଦଳର ମାଳ ମାଳ ନେତା ମାନେ ଆସନ୍ତି ଆଉ ମିଛ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ନିର୍ବାଚନରେ ବିଜୟୀ ହେଲା ପରେ ଭୁଲି ଯାଆନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଦେଖିବାକୁ ବାକି ରହିଲା ଏହି ଖବର ପ୍ରସାରଣ ପରେ ରାଜ୍ୟ ସରକାର ଓ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗିବ ଏବଂ ମାଙ୍କଡଡଙ୍ଗର ଗ୍ରାମବାସୀଙ୍କ ସମସ୍ୟା କେବେ ଦୂର ହେବ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
Villagers of MankadDangar | Argus News